banner
Breaking

ବିଜେଡିରେ ମିଶିଲେ ପ୍ରଦୀପ ମାଝୀ

0

ଭୁବନେଶ୍ୱର,୬ା୧୧(ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଶନିବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଏମ୍‌ପି ରମେଶ ମାଝି, ବିଜେଡିର ନବରଙ୍ଗପୁର ଜିଲା ପ୍ରଭାରୀ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଉପସ୍ଥିତିରେ ପ୍ରଦୀପ ଆଜି ବିଜେଡିରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୨ରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସରେ ଆଉ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁ ନ ଥିବା କହି ସେ ଦଳ ଛାଡ଼ିଥିଲେ। ପରେ ସେ ବିଜେଡିରେ ମିଶିବା ନେଇ ଘୋଷଣା ବି କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.