banner
Breaking

ପାଣ୍ଡିଆନ୍ ଲୋକଙ୍କ ସହିତ ମଶିଲେ ଆହାର କେନ୍ଦ୍ରରେ ଖାଇଲେ।

0

ଭୁବନେଶ୍ବର,୧୧/୧୦(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବିରୋଧୀଙ୍କ ଭାଷାରେ ଦ୍ବିତୀୟ କ୍ଷମତା କେନ୍ଦ୍ର ଏବଂ ସବୁ ଯୋଜନାର ମୂଳକେନ୍ଦ୍ର ଆଜି ସବୁ ଯୋଜନାର ସଫଳ ରୂପାୟନ ପରୀକ୍ଷା ନିରୀକ୍ଷା କରିବା ପାଇଁ ୬ଟି ଦୃର୍ଗମ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ୍। ଆଜି ବୌଦ୍ଧ ଜିଲ୍ଲାର ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ୫ ଟଙ୍କାର ଟିକେଟ ପୈଠକରି ଭୋଜନ ମଧ୍ୟ କରିଛନ୍ତି ।

ଏହି ଦୃଶ୍ୟ ସଭିଙ୍କୁ ତାଜୁବ କରିଛି । ଏକଦା ସର୍ବାଧିକ କ୍ଷମତାଶାଳୀ ଭାବେ ବିରୋଧୀଙ୍କ ଦ୍ୱାରା ଚିତ୍ରିତ ହେଉଥିବା ପାଣ୍ଡିଆନ ଯେ କେତେ ସରଳ ମଣିଷ ତାହା ଆଜି ପ୍ରମାଣିତ ହୋଇଛି ।

ଲୋକଙ୍କ ସହ ମିଶି ସେ ଖାଉଥିବା ଦେଖାଯାଇଛି । କେବଳ ସେତିକି ନୁହେଁ , ଖାଦ୍ୟ ର ମାନ ସମ୍ପର୍କରେ ସେ ଲୋକଙ୍କୁ ପଚାରି ବୁଝିଛନ୍ତି । ଆଉ କିଭଳି ପରିସ୍କାର ପରିଚ୍ଛନ୍ନତା ରେ ଗୁରୁତ୍ୱ ଦିଆଯାଇପାରିବ ସେ ନେଇ ସଚିବ ଲୋକଙ୍କ ସହ ଆଲୋଚନା କରିଛନ୍ତି । ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେ ଦିନରାତି ଏକ କରି ଦେଇଛନ୍ତି। କିନ୍ତୁ ବିରୋଧୀଙ୍କ କହିବା କଥା ସେ ଯିବା ପୂର୍ବରୁ ସମସ୍ତେ ଜଣୁଛନ୍ତି କିପରି?

Khansweb Solution Bhubaneswar

Leave A Reply

Your email address will not be published.