banner
Breaking

କରୋନା ହାରିବ ଆମେ ଜିତିବା। ଭୁବନେଶ୍ୱର ବିଜେଡିର କରୋନା ସଚେତନତା କାର୍ଯ୍ୟକ୍ରମ।

0

ଭୁବନେଶ୍ୱର : ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପି ଆରମ୍ଭ ହୋଇଛି କରୋନା ଜନସଚେତନତା କାର୍ଯ୍ୟକ୍ରମ । ଏହି କ୍ରମରେ ଆଜି ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ୯ନମ୍ବର ଓ୍ବାର୍ଡ ସ୍ଥିତ ଡମଣା ତାରିଣୀ ବସ୍ତିରେ କରୋନା ସଚେତନତା କରାଯିବା ସହ ଘରଘର ବୁଲି ମାସ୍କ ବଣ୍ଟନ କରାଯାଇଛି ।


ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପନାୟକ କହିଛନ୍ତି କରୋନା ମହାମାରୀ ପାଇଁ କୌଣସି ଔଷଧ ବାହାରି ନାହିଁ । କେବଳ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ବାରମ୍ବାର ହାତ ଧୋଇବା ଫଳରେ କରୋନାକୁ ଦୂରେଇ ହେବ । ଏକଥା ପ୍ରଚାର ପ୍ରସାର ହେଉଥିଲେ ମଧ୍ୟ ଲୋକମାନେ ସଚେତନ ହେଉନାହାନ୍ତି । ତେଣୁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମ୍ଭେମାନେ ଘରେଘରେ ପହଞ୍ଚି ଲୋକଙ୍କୁ ବୁଝାଉଛୁ । ସଚେତନତା ଅବଲମ୍ବନ କଲେ କରୋନା ହାରିବ ଆମେ ଜିତିବା ।


ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତର ନିର୍ବାଚନ ମଣ୍ଡଳୀ ସଭାପତି ସୂର୍ଯ୍ୟକାନ୍ତି ଜେନା, ଭୁବନେଶ୍ୱର ଯୁବ ସଭାପତି ସମରେଶ ବେଉରା, ଛାତ୍ର ସଭାପତି ସୁବାଷ ଚନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ରଶ୍ମିରଞ୍ଜନ ସାହୁ, ରୁଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ବିଧାୟକ ଶ୍ରୀ ରାଉତ କହିଛନ୍ତି ଏହି ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଏକମାସ ପର୍ଯ୍ୟନ୍ତ ଚାଲୁ ରହିବ ।

Khansweb Solution Bhubaneswar

Leave A Reply

Your email address will not be published.