banner
Breaking

ରାଜ୍ୟ ବିଜୁ ଜନତାଦଳର ନବକଳେବର। ଯୁବ ନେତାଙ୍କୁ ଗୁରୁତ୍ୱ।

0

ଭୁବନେଶ୍ୱର,୨୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟ ବିଜୁ ଜନତା ଦଳର ନବକଳେବର କରାଯାଇଛି। ପ୍ରଥମ ଥର ପାଇଁ ଯୁବ ସଙ୍ଗଠନରେ ବ୍ୟାପକ ଅଦଳବଦଳ କରାଯିବା ସହିତ ବହୁ ଯୁବ ନେତାଙ୍କୁ ରାଜ୍ୟ ତଥା ଜିଲା ଦାୟିତ୍ୱ ଅର୍ପଣ କରାଯାଇଛି।
ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲା ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ବିଧାୟକ ପ୍ରଣବକୁମାର ବଳବନ୍ତରାୟ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
ବୈକୁଣ୍ଠନାଥ ନାୟକଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ବିଜେଡି ଯୁବ ସଙ୍ଗଠନର ସେକ୍ରେଟାରୀ ଜେନେରାଲ (ମହାସଚିବ) ଭାବେ ଏଲିନା ଦାସଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ରାଣା ପ୍ରତାପ ପାତ୍ର, ଧ୍ରୁତିରଞ୍ଜନ ମାର୍ଥା ଏବଂ ଜ୍ୟୋତ୍ସ୍ନାମୟୀ ପରିଡ଼ାଙ୍କୁ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ୬ଟି ଜୋନରେ ୬ଜଣ ସଭାପତିଙ୍କୁ ନିଯୁକ୍ତ କରାଯାଇଛି। ଭୁବନେଶ୍ୱର ଜୋନ ପାଇଁ ବିଜୟକେତନ ସାହୁ, କଟକ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ପାଇଁ ନଚିକେତା ସ୍ୱାଇଁ, ବଲାଙ୍ଗୀର ପାଇଁ ମନିନ୍ଦ୍ର ମହାନ୍ତି, ସମ୍ବଲପୁର ପାଇଁ ଦେବାଶିଷ ପରିଡ଼ା, କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି।
ବିଜୁ ଯୁବ ଜନତା ଦଳରେ ୧୦ଜଣଙ୍କୁ ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ଛବି ମାହାଲି, ସୋଫିଆ ଆଲମ, ମାନଭଞ୍ଜନ ବେହେରା, ସୁନିଲ କୁମାର ମହାନ୍ତି, ସୌମ୍ୟଶଙ୍କର ଚକ୍ର, ମଣ୍ଟୁ ନାୟକ, ସୁଜିତପ୍ରସାଦ ଦ୍ୱିବେଦୀ, ଶୁଭାଶିଷ ଖୁଣ୍ଟିଆ, ସୁନିଲ ପଣ୍ଡା ଏବଂ ଭବାନିଶଙ୍କର ଦାସ।
ରାଜ୍ୟସ୍ତରରେ ଯୁବ ସଙ୍ଗଠନରେ ୨୮ଜଣଙ୍କୁ ସାଧାରଣ ସମ୍ପାଦକ ଏବଂ ୩୫ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୨୫ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି।
ଏହି ଅବସରରେ ୩୩ଟି ସାଙ୍ଗଠନିକ ଜିଲା ପାଇଁ ବିଜୁ ଯୁବ ଜନତା ଦଳର ନୂତନ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଯାଜପୁର ଜିଲା ପାଇଁ ପ୍ରତାପ ମହାନ୍ତି, ସୋନପୁର ପାଇଁ ଅଶୋକ ନନ୍ଦ, କଳାହାଣ୍ଡି ପାଇଁ ଆଦିତ୍ୟ ନନ୍ଦଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ କୋରାପୁଟ ପାଇଁ ଅମିତ ଅଗ୍ରୱାଲ, ସୁନ୍ଦରଗଡ଼ ପାଇଁ ଦେବେନ୍ଦ୍ରପ୍ରସାଦ ମାଝି, ରାଉରକେଲା ପାଇଁ ସୁମନ ବାଗେ, ଝାରସୁଗୁଡ଼ା ପାଇଁ ପ୍ରଶାନ୍ତ କୁମାର ଜେନା, ଗଜପତି ପାଇଁ ଏସ.ଲିଙ୍ଗରାଜୁଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ମୟୂରଭଞ୍ଜ ଜିଲାରେ ଦୁଇ ଜଣଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଛି। ମୟୂରଭଞ୍ଜ-୧ରେ ଅରୁଣ ବରାଡ଼ ଓ ମୟୂରଭଞ୍ଜ-୨ରେ ଅଭିଷେକ ପଟ୍ଟନାୟକଙ୍କୁ ସଭାପତି ଭାବେ ନିଯୁକ୍ତି ମିଳିଛି। ସେହିପରି ଭଦ୍ରକ ଜିଲା ପାଇଁ ମୁକୁନ୍ଦଦେବ ସାମଲ, ମାଲକାନଗିରି ପାଇଁ ଆଦମା ରବା, ବ୍ରହ୍ମପୁର ସିଟି ପାଇଁ ଅଜିତ କୁମାର ପଣ୍ଡା, ଦେବଗଡ଼ ପାଇଁ ପ୍ରତାପ କୁମାର ଦେବ, ଢ଼େଙ୍କାନାଳ ପାଇଁ ଧର୍ମାନନ୍ଦ ପରିଡ଼ା, ଅନୁଗୋଳ ପାଇଁ ଦିନେଶ ପ୍ରଧାନ, ଖୋର୍ଦ୍ଧା ପାଇଁ ରାଜେଶକୁମାର ପରିଡ଼ା, ବୌଦ୍ଧ ପାଇଁ ମୃତ୍ୟୁଞ୍ଜୟ ମିଶ୍ର, ବଲାଙ୍ଗୀର ପାଇଁ ରାଜେନ୍ଦ୍ରପ୍ରସାଦ ହୋତା, ନୂଆପଡ଼ା ପାଇଁ ହରିଶଚନ୍ଦ୍ର ପଣ୍ଡା, କେନ୍ଦୁଝର ପାଇଁ ରାକେଶ ରାମ, ପୁରୀ ପାଇଁ ନାରାୟଣ ସ୍ୱାଇଁ, ନୟାଗଡ଼ ପାଇଁ ରମେଶଚନ୍ଦ୍ର ସାହୁ, ବରଗଡ଼ ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ବଲପୁର ପାଇଁ ଲକ୍ଷ୍ମୀପ୍ରସାଦ ମହାପାତ୍ର, କନ୍ଧମାଳ ପାଇଁ ବିଷ୍ଣୁଚରଣ ମଲ୍ଲିକ, ରାୟଗଡ଼ା ପାଇଁ ଦେବାଶିଷ ଖାଡ଼େଙ୍ଗା, ନବରଙ୍ଗପୁର ପାଇଁ ଶିବାନନ୍ଦ ବିଶୋଇ, ଭୁବନେଶ୍ୱର ପାଇଁ ସମରେଶ ବେଉରା, ଗଞ୍ଜାମ ପାଇଁ ଲକ୍ଷ୍ମଣ ଚୌଧୁରୀ, କେନ୍ଦ୍ରାପଡ଼ା ପାଇଁ ରାଜେଶ ଦାସ, କଟକ ସିଟି ପାଇଁ ମଞ୍ଜିତ ଦାସ ଓ କଟକ ଜିଲା ସଭାପତି ଭାବେ ସ୍ମୃତିରଞ୍ଜନ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। କଟକ ଜିଲା କାର୍ଯ୍ୟକାରୀ ସଭାପତି ଭାବେ ସିଦ୍ଧାର୍ଥ ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ପୁନର୍ଗଠିତ ରାଜ୍ୟ ବିଜୁ ଯୁବ ସଙ୍ଗଠନରେ ରାଜ୍ୟରୁ ଜିଲା ପର୍ଯ୍ୟନ୍ତ ୧୧୦ଜଣ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.