banner
Breaking

୮ ନମ୍ବର ୱାର୍ଡରେ ମନୋଜ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ବିଜେଡି ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ହେଲେ ମନୋଜ ସାହୁ।

0

ଭୁବନେଶ୍ୱର ୨୬/୮(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବିଜେଡି ସଂଗଠନ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ନୂତନ ଟିମ୍ ଗଠନ କରିଛନ୍ତି ।

ଏହି କ୍ରମରେ ୮ ନମ୍ବର ୱାର୍ଡର ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କୁ ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ୱ ମିଳିଛି । ସେଥିପାଇଁ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀଯୁକ୍ତ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର କମିଟିର ମୁଖ୍ୟ କର୍ମକର୍ତ୍ତା, ବିଭିନ୍ନ ମହିଳା ସମିତି, ସେଭ୍ ଆନିମଲ୍‌-ସେଭ୍ ଲାଇଫ୍‌, ରାଧାକୃଷ୍ଣ ଲେନ୍ ବସ୍ତି, ଡମଣା ହାଟ ବସ୍ତି, ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ୍‌, ବିଜୁ ଯୁବ ବାହିନୀ ଓ ହାଉସିଂବୋର୍ଡ କଲୋନୀର ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ମାନେ କୋଭିଡ କଟକଣା ନିୟମ ପାଳନ କରି ଶ୍ରୀଯୁକ୍ତ ସାହୁଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ପ୍ରକାଶ ଥାଉକି ସ୍ଥାନୀୟ ଅଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମାଜସେବା ତଥା କରୋନା ମହାମାରୀ ସମୟରେ ଲୋକଙ୍କୁ ୧୫୦ ଦିନ ନିରନ୍ତର ସେବା ଯୋଗାଇବା ସହିତ ରାସନ ସାମଗ୍ରୀ ବଣ୍ଟନ, ଗାଈଗୋରୁ ଓ ବୁଲା କୁକୁର ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରି ଲୋକମାନଙ୍କ ପାଖରେ ସୁଖରେ ଦୁଃଖରେ ଶ୍ରୀଯୁକ୍ତ ସାହୁ ରହି ଆସିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.