banner
Breaking

ନବୀନ ଆରମ୍ଭ କଲେ ଦଳୀୟ ସ°ଗଠନ ମଜବୁତ କାର୍ଯ୍ୟ।

0

ଭୁବନେଶ୍ୱର,୯/୭(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳାଇଛନ୍ତି ରାଜନୈତିକ ଗୋଟି। ଦଳୀୟ ସ°ଗଠନ ମଜବୁତ କରିବା ସହ ଅନେକ ନେତା ଓ କର୍ମୀ ମାନଙ୍କୁ ଥଇଥାନ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ୧୫ ଜଣ ବିଜେଡି ନେତାଙ୍କୁ ଦଳର ବରିଷ୍ଠ ସାଧାରଣ ସଂପାଦକ ନିଯୁକ୍ତି ସହ ବିଭିନ୍ନ ଦାୟିତ୍ୱ ଦିଆଯାଇଛି।
କାହାକୁ କେଉଁ ଦାୟିତ୍ୱ ଜାଣନ୍ତୁ:-
ନୃସିଂହ ସାହୁଙ୍କୁ ଆଂଚଳିକ ବିକାଶ,
ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ସିଂହଦେଓ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୋସିଆଲ ୱେଲଫେୟାରର ଇନଚାର୍ଜ,
ଅରୁଣ କୁମାର ସାହୁ ଓ ରୋହିତ ପୂଜାରୀଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ,
ଅତନୁ ସବ୍ୟସାଚୀ ନାୟକଙ୍କୁ ‘ମୋ ପରିବାର’ର ଇନଚାର୍ଜ ଦାୟିତ୍ୱ ମିଳିଛି।
ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆଙ୍କୁ ପରିବେଶ ଇନଚାର୍ଜ,
ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା ଇନଚାର୍ଜ, ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମଙ୍କୁ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଇନଚାର୍ଜ,
ଶଶୀଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଇନଚାର୍ଜ ଏବଂ ସୁମ୍ରିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ଇନଚାର୍ଜ ଭାବେ ଅବସ୍ଥାପିତ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.