ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ନ୍ୟାସନାଲ୍ ଜିଓଗ୍ରାଫିକ ଚ୍ୟାନେଲରେ ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ମୁକାବିଲାର ସଫଳ ସୂତ୍ର ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବାତ୍ୟା ଫୋନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ତାହା ଦେଖିବାକୁ ମିଳିଛି । ଫୋନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର କିଭଳି ଦିନରାତି ଏକ କରି ଦେଇଥିଲେ ତାହା ଏହି ସୋ’ରେ ଦେଖିଛନ୍ତି ବିଶ୍ୱବାସୀ ପ୍ରଳୟଙ୍କରୀ ବାତ୍ୟା ଫୋନିର ସଫଳ ମୁକାବିଲାକୁ ନେଇ ସୁଟିଂ ହୋଇଥିବା ଏହି ସୋ’ର ନାଁ ରହିଛି MEGA CYCLONE FANI : ‘RESCUING A MILLION’ ନବୀନ ନିବାସରେ ଏହାର ଅଧିକାଂଶ ଭାଗ ସୁଟିଂ ହୋଇଥିବା ବେଳେ ଆଉ କିଛି ଭାଗ ବାତ୍ୟା ପ୍ରପୀଡିତ ଅଞ୍ଚଳରେ ସୁଟିଂ କରାଯାଇଛି । ଏହାପୂର୍ବରୁ ବାତ୍ୟା ଫୋନିର ସଫଳ ମୁକାବିଲା ପାଇଁ ନବୀନଙ୍କୁ ଅର୍ନ୍ତଜାତୀୟ ଗଣମାଧ୍ୟମ ସହ ଜାତିସଂଘରୁ ମଧ୍ୟ ପ୍ରଂଶସା ମିଳିଥିଲା । ତେବେ ଫୋନି ସମୟରେ ରେସ୍କ୍ୟୁ ଅପରେସନ କିଭଳି ଥିଲା ତାହା ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଦେଖିଛି ପୂରା ବିଶ୍ୱ ” ବାତ୍ୟା ମୁକାବିଲା କିଭଳି କରିବାକୁ ହୁଏ , ତାହା ସାରା ବିଶ୍ବ ଓଡିଶା ଠାରୁ ଶିଖୁ ବୋଲି କହିଛନ୍ତି ଆନ୍ତର୍ଜାତିକ ଗଣମାଧ୍ୟମ।




