banner
Breaking

ରାଜ୍ୟସଭା ପାଇଁ ପାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

0

ଭୁବନେଶ୍ୱର, ୭ା୩(ଓଡ଼ିଆ ନ୍ୟୁଜ): ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ । ଏନେଇ ମାର୍ଚ୍ଚ୬ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀମାନଙ୍କ ପାଇଁ ଆସନ୍ତା ୧୩ରେ ନାମାଙ୍କନ ଦାଖଲର ଶେଷ ଦିନ ରହିବ । ସେହିପରି ମାର୍ଚ୍ଚ୧୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କାର୍ଯ୍ୟ ଶେଷ ହେବ । ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ସହ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ଏହାସହ ମାର୍ଚ୍ଚ ୩୦ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।

୧୭ଟି ରାଜ୍ୟର ୫୫ଟି ଆସନରେ ଏହି ନିର୍ବାଚନ ହେବ । ସେଥିମଧ୍ୟରୁ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଅନୁଭବ ମହାନ୍ତି ଲୋକସଭା ସାଂସଦ ହେବା ପରେ ତାଙ୍କ ଆସନ ଖାଲି ରହିଛି । ସେହିପରି ନରେନ୍ଦ୍ର କୁମାର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ, ରଞ୍ଜୀବ ବିଶ୍ୱାଳଙ୍କ କାର୍ୟ୍ୟକାଳ ଶେଷ ହେଉଛି ।

Khansweb Solution Bhubaneswar

Leave A Reply

Your email address will not be published.