banner
Breaking

ବିଜୁ ଜୟନ୍ତୀରେ ମିନି ମାରାଥନ୍।

0

ଭୁବନେଶ୍ଵର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ। ଏହି ଅବସରରେ ଗୁରୁବାର ସକାଳେ ଭୁବନେଶ୍ଵରରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରୁ ଗଣଦୌଡ଼ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମଠାରେ ପହଞ୍ଚିଥିଲା।କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କ୍ରୀଡ଼ା ସଚିବ ବିଶାଲ ଦେବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଗଣଦୌଡ଼ ଷ୍ଟାଡିୟମରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ମିନି ମାରାଥନରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ଅନେକ ଦିବ୍ୟାଙ୍ଗ ମଧ୍ୟରେ ଏଥିରେ ଅଂଶଗ୍ରହଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.