banner
Breaking

ସଞ୍ଜୟ ଦାଶବର୍ମାଙ୍କୁ ନୂଆ ଦାୟିତ୍ୱ।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ଆଜି ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦାୟିତ୍ୱ ଦେଇଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ନୂଆ ଦାୟିତ୍ୱ ସହ ସଞ୍ଜୟଙ୍କୁ କ୍ୟାବିନେଟ୍‍ ପାହ୍ୟା ମଧ୍ୟ ମିଳିଛି ବୋଲି ସୂଚନା ମିଳିଛି।
ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଦାୟିତ୍ୱ ପରେ ସଞ୍ଜୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯୋଜନା ବୋର୍ଡ଼କୁ କିଭଳି ଅଧିକ କ୍ରିୟାଶୀଳ କରିହେବ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି। ନୂଆ ରୂପ, ନୂଆ କଳେବରରେ ଆପଣମାନେ ଯୋଜନା ବୋର୍ଡ଼କୁ ଦେଖିବେ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.