banner
Breaking

ଦର୍ଶନଶାସ୍ତ୍ର ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0

ଭୁବନେଶ୍ୱର,୨୯/୧୦(ଓଡ଼ିଆ ନ୍ୟୁଜ) : ସ୍ଥାନୀୟ ବିଜେବି ସ୍ୱୟଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ତରଫରୁ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିଭାଗୀୟ ମୁଖ୍ୟ ଡ. ନିହାରିକା ଦାସ ଛାତ୍ରଛାତ୍ରୀମାନଙ୍କୁ ଦର୍ଶନଶାସ୍ତ୍ରର ଜୀବନୀ ଉପରେ ଗୁରୁତ୍ୱାରୋପ ଏବଂ ଶିକ୍ଷା ସହିତ ଏକ ସୁନ୍ଦର ପରିବେଶ ଗଠନ ପାଇଁ ଉପଦେଶ ଦେଇଥିଲେ । ୨୦୧୬-୧୮ ବର୍ଷ ଛାତ୍ର ସାଗର ପ୍ରଧାନ ଏବଂ ଛାତ୍ରୀ ଶ୍ୱାସତୀସୌମ୍ୟା ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଉତ୍ସବରେ ଅତିଥି ଭାବେ ଅଧ୍ୟାପିକା ସନ୍ଧ୍ୟାରାଣୀ ଦାସ ଏବଂ ଅଧ୍ୟାପକ ଅଭିଳାଷ ବେହେରା ଉପସ୍ଥିତ ଥିଲେ । ଏହି ସ୍ୱାଗତ ଉତ୍ସବକୁ ପୂର୍ଣ୍ଣିମା ପ୍ରିୟଦର୍ଶିନୀ, ଶିବାନୀ ଶର୍ମା, କଲ୍ୟାଣୀ ରେଡ଼ି ଏବଂ ଶୁଭସନ୍ଧ୍ୟା ଓଝା ପ୍ରମୁଖ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.