banner
Breaking

ବି.ଆଇ.ଆଇ.ଟି.ଏମ୍ ରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ପାର୍କ-୨୦୧୯

0

ଭୁବନେଶ୍ୱର, ୧୬/୮(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ସମ୍ମିଳନୀ କକ୍ଷରେ ନବାଗତ ଏମ୍.ବି.ଏ. ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଆଜି ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍ଘାଟନ କରି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡ. ପି.କେ. ତ୍ରିପାଠୀ ନୂତନ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ଶୈକ୍ଷିକ ବାତାବରଣ, ଶୃଙ୍ଖଳା ଏବଂ ଶିକ୍ଷାଦାନ ପଦ୍ଧତି ବିଷୟରେ ଅବତାରଣା କରାଇଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏସ୍.ବି.ଆଇ. ଲାଇଫ୍ ଇନ୍ସ୍ୟୁରାନ୍ସ କମ୍ପାନୀର ଆଞ୍ଚଳିକ ନିର୍ଦ୍ଦେଶକ ଅମିତ କୁମାର ଶାହା ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରି ନିଜର ସ୍ୱତନ୍ତ୍ରତା ପ୍ରତିଷ୍ଠା କରିବା ପାଇଁ ଉତ୍ସାହିତ କରିଥିଲେ । ଉତ୍ସବରେ ମୁଖ୍ୟବକ୍ତା ପ୍ରଫେସର ବ୍ରଜକିଶୋର ଓତା ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ପ୍ଲେସମେଣ୍ଟ ପ୍ୟାକେଜ୍ ଅଭିମୁଖୀ ନହୋଇ ନିଜର ସାମର୍ଥ୍ୟକୁ ଚିହ୍ନି ସେହି ଅନୁସାରେ ଜୀବନର ଲକ୍ଷ୍ୟ ସ୍ଥିର କରି ଶୃଙ୍ଖଳିତ ଭାବେ ସେ ଦିଗରେ ଅଗ୍ରସର ହେବାକୁ କହିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସୁ ଶିକ୍ଷିତ,ସୁନାଗରିକ ହେବା ପାଇଁ ଶପଥ ପାଠ କରାଇଥିଲେ । ଉପଦେଷ୍ଟା ଇଂ ପି.ଆର. ପଟ୍ଟନାୟକଙ୍କ ପୌରହିତ୍ୟ କରି ଅଭିଭାବକ ଏବଂ ଛାତ୍ରଛାତୀମାନଙ୍କୁ ପ୍ରତିଦିନର ଉପସ୍ଥାପନକୁ ଗୁରୁତ୍ୱ ଦେବା ପାଇଁ ଉପଦେଶ ଦେଇଥିଲେ । ଏହି ଉତ୍ସବକୁ ସଫଳତାର ସହିତ ଆୟୋଜନ କରିଥିବାରୁ ଡ. ପଲ୍ଲବୀ ମୁଣ୍ଡ ଅନୁଷ୍ଠାନର ନିର୍ଦ୍ଦେଶକ, ଉପଦେଷ୍ଟା ଏବଂ ଅଧ୍ୟକ୍ଷ ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.