banner
Breaking

ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟରେ ବିଶ୍ବ ଜଳ ଦିବସ

0

ଭୁବନେଶ୍ବର: ଚଳିତ ବର୍ଷ ବିଶ୍ୱ ଜଳ ଦିବସରେ ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାକୁ ଜାତିସଙ୍ଘ ଆହ୍ୱାନ କରିଛନ୍ତି | ଏହି ବିଷୟକୁ ନେଇ ସମ୍ବାଦ ଡିଜିଟାଲ ତରଫରୁ ବି-ସ୍କୁଲ୍ ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଭିନବ ପ୍ରତିଯୋଗିତା ଆରମ୍ଭ କରାଯାଇଛି | ବିଶ୍ୱ ଜଳ ଦିବସ ଅବସରରେ ଉକ୍ତ କାର୍ଯ୍ୟକ୍ରମର ଲୋଗୋ “ଲେଟ୍ସ ଆକ୍ସିଲରେଟ ଦି ଚେଞ୍ଜ” ଉନ୍ମୋଚିତ ହୋଇଛି | ଭୁବନେଶ୍ୱର ସ୍ଥିତ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ
ସମସ୍ତେ ନିଜକଥା ଭାବୁଛନ୍ତି ତେଣୁ ଅନ୍ୟ ମାନଙ୍କ କଥା ଭାବିବାକୁ ଆମେ ସମୟ ଦେବା । ଏବଂ ଆହ୍ବାନ ଦେଇଥିଲେ ଆସନ୍ତୁ ପରିବେଶ କଥା ଭାବିବା ଓ ଏହାର ସୁରକ୍ଷା ପାଇଁ ସହାୟତା କରିବା।

ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ବି.କେ. ଦାଶ କଣ ପାଇଁ ଜଳ ଦିବସ ପାଳନ କରାଯାଏ ତାହାର ଆଲୋକପାତ କରିଥିଲେ।

ଏହି ଅବସରରେ ସମ୍ବାଦ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାଶ ସମ୍ବାଦ ଡିଜିଟାଲ ତରଫରୁ ବି-ସ୍କୁଲ୍ ର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିବା 3ଟି ପ୍ରତିଯୋଗିତା ଯଥା ପାୱାର ପଏଣ୍ଟ, ପୋଷ୍ଟର ଓ ଭିଡିଓ ବିଷୟରେ ସୂଚନା ଦେଇଥିଲେ |

କାର୍ଯ୍ୟକ୍ରମ ଦ୍ଵିତୀୟ ଭାଗରେ “ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନ” ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଡ଼ଃ ଶର୍ମିଲା ସୁବ୍ରମଣ୍ୟମ, ଆଇଏମଏମଟିର ପ୍ରିନସିପାଲ ସାଇଣ୍ଟିଷ୍ଟ ଡ଼ଃ ସୋନୀ ପାଣ୍ଡେ, ଓଡିଶା ଜଳ ବିରାଦରୀର ଆବାହକ ମାନସ ମିଶ୍ର, ଏକର ରାଇଜ୍ ସହ ପ୍ରତିଷ୍ଠାତା ସେକ ମାଇରାଜୁଲ ହକ୍ ଏବଂ ମଙ୍ଗଳମ୍ ଟ୍ୟାଙ୍କ ପାଇପ୍ ଓ ସାନିଟାରୀ ପରିଚାଳାନା ନିର୍ଦେଶକ ରାଜେଶ ଗର୍ଗ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ | ଆଲୋଚନାର ନିଷ୍କର୍ଷ ରହିଥିଲା, ଗୋଟିଏ ନିରନ୍ତର ଜଳ ସୁପରିଚଳନା ବ୍ୟବସ୍ଥା ବନାଇବାକୁ ହେଲେ, ଏକ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି। ସାମାଜିକ, ଆର୍ଥିକ ଓ ପରିବେଶର ଆବଶ୍ୟକତାକୁ ବୁଝି ଏହି ପ୍ରକ୍ରିୟାରେ ସାମିଲଥିବା ପ୍ରତ୍ୟେକ ଅଂଶୀଦାର ସାଧାରଣ ଲୋକ, ଗୋଷ୍ଠୀ ସମୁହ, ସରକାର ଓ ଉଦ୍ୟୋଗ ଜଗତକୁ ଉତ୍ତର ଦାୟିତ୍ୱ ନେବାକୁ ପଡିବ । ପରିବର୍ତନକୁ କ୍ରିୟାଶୀଳ କରିବା ପାଇଁ ଏକ ଚିନ୍ତାଧାରାର ପରିବର୍ତ୍ତନର ଆବଶ୍ୟକତା ରହିଛି, ଆମକୁ ଜଳର ଧର୍ମକୁ ବୁଝିବାକୁ ହେବ, ଜଳର ମୂଲ୍ୟ ବୁଝିବାକୁ ହେବ, ଏବଂ ଏହି ଆଗ 2ଟି ବିନ୍ଦୁ ଆଧାରରେ ଜଳ ପରିଚାଳନା କିପରି କରାଯିବ ସେ ନେଇ ଚିନ୍ତା କରିବାକୁ ପଡ଼ିବ । ଆଲୋଚନା ଚକ୍ରକୁ ପରିଚାଳାନା କରିଥିଲେ କନକ ନିଉଜ ଡିଜିଟାଲ ମୁଖ୍ୟ ରୁଦ୍ର ନାରାୟଣ ଦାସ |

ବିଜିୟୁ ସହକାରୀ ପ୍ରଫେସର ସିଦ୍ଧାର୍ଥ ମିଶ୍ର ଓ ସମ୍ବାଦ ଡିଜିଟାଲ ଓ ରେଡିଓ ଚକୋଲେଟ ମାର୍କେଟିଂ ମୁଖ୍ଯ ଲିଙ୍ଗରାଜ ଲେଙ୍କା ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଅନ୍ଯମାନଙ୍କ ମଧ୍ଯରେ ବାଲେଶ୍ବର ସ୍ଥିତ ମନୋହରଲାଲ୍ ପାଲା ଜୁଏଲର୍ସର ନିର୍ଦ୍ଦେଶକ ରାକେଶ ପାଲା ଉପସ୍ଥିତ ଥିଲେ। ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଏନଏସଏସ ବିଭାଗ ଡଃ ଶୁଭେନ୍ଦୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଚିନ୍ମୟୀ ହରିଚନ୍ଦନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

Khansweb Solution Bhubaneswar

Leave A Reply

Your email address will not be published.