banner
Breaking

୧୦ ରାଜ୍ୟରେ ବାର୍ଡଫ୍ଲୁ।

0

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ, ପ୍ରବାସୀ ଏବଂ ଜଙ୍ଗଲୀ ପକ୍ଷୀଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏସବୁ ରାଜ୍ୟରେ ସଂକ୍ରମଣ ଆରମ୍ଭ ହୋଇଥିବା ସୂଚନା ମିଳିଛି। କେରଳ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରାଖଣ୍ଡ, ଗୁଜରାଟ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ବାର୍ଡ ଫ୍ଲୁ ଭୂତାଣୁ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁରୁ ଦୂରେଇ ରହିବା ଲାଗି ଚିକେନ୍‌ ଏବଂ ଅଣ୍ଡା ଖାଇବା ଉପରେ କଟକଣା ଜାରି କରାଯାଇଛି। ସେହିପରି ପ୍ରଭାବିତ କୁକୁଡ଼ା ଫାର୍ମରେ କୀଟାଣୁନାଶକ ସ୍ପ୍ରେ କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.