banner
Breaking

ଦେଶ ଓ ଜାତିର ଉନ୍ନତି ପାଇଁ ଲେଖନୀ ଚାଳନା କରିବାକୁ ଆହ୍ୱାନ

ବିନ୍ଦୁ ସାହିତ୍ୟ ସମାଜର ବର୍ଷା କବିତା ଆସର।

0

ଭୁବନେଶ୍ୱର,୨/୯(ଓଡ଼ିଆ ନ୍ୟୁଜ): ବିନ୍ଦୁ ସାହିତ୍ୟ ସମାଜ ଆନୁକୂଲ୍ୟରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଉଦ୍‌ଘାଟନ କରି ଆଜିର କବିମାନେ ଦେଶ ଓ ଜାତିର ଉନ୍ନତି ପାଇଁ ସେମାନଙ୍କ ଲେଖନୀ ଚାଳନା କରିବାକୁ ଆହ୍ୱାନ ଦେଇଛନ୍ତି । ସୁଚେତା ନନ୍ଦଙ୍କ ଦ୍ୱାରା ନିଖୁଣ ଓ ସୁନ୍ଦର ଭାବେ ସଂଚାଳିତ ଏହି ଅନ୍‌ଲାଇନ୍ କବିତା ପାଠୋତ୍ସବରେ ୩୦ ରୁ ଉର୍ଦ୍ଧ କବି ଓ କବ୍ୟୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏଥିରେ କବି ପ୍ରଭାତ ନଳିନୀ ମହାପାତ୍ର, ବିଜନ ରାୟ, ସୁଜାତା ମିଶ୍ର, ଜ୍ୟୋତିର୍ମୟୀ ପରିଜା, ଅଧ୍ୟାପିକା ନଳିନୀ ବେହେରା, ରାମଚନ୍ଦ୍ର ଭୁତିଆ, ସୁପ୍ରଭା ପରିଜା, ଅଜୟ କୁମାର ମହାନ୍ତି, ସଂଧ୍ୟାରାଣୀ ପରିଜା, ମନୋଜ ଆଚାର୍ଯ୍ୟ, ପ୍ରଦୀପ କୁମାର ସାହୁ, ସୁଷମା ପରିଜା, ଅଜିତା ମିଶ୍ର, ଶୁଭବ୍ରତ ମହାପାତ୍ର, ରଜିତା ଦାସ, ଡଃ ଶଶୀଭୂଷଣ ମହାପାତ୍ର, ସ୍ନେହଲତା ନାୟକ, ସସ୍ମିତା ଚୈାଧୁରୀ, ସୁମିତା ବେହେରା, ପ୍ରତାପ ଚନ୍ଦ୍ର ବେହେରା, ରାମକୃଷ୍ଣ ମିଶ୍ର, ସୁଚେତା ନନ୍ଦ, ବାଉରୀବନ୍ଧୁ ଲେଙ୍କା, ଅରୁଣ କୁମାର ବିଶ୍ୱାଳ, ସମୀର କୁମାର ଜେନା ଓ ସୁଜାତା ରାଉତରାୟ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବାଉରୀବନ୍ଧୁ ଲେଙ୍କାଙ୍କ ପ୍ରତ୍ୟେକ୍ଷ ତ୍ୱାବଧାନରେ ଓ ସୁଜାତା ମହାପାତ୍ରଙ୍କ ସହଯୋଗରେ ଅନୁଷ୍ଠିତ ଏହି କବିତା ଆସରରେ ଉପସ୍ଥିତ ସମସ୍ତ କବି ଓ କବ୍ୟୟତ୍ରୀ ମାନଙ୍କୁ ସଂପାଦକ ଅରୁଣ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.