banner
Breaking

ସାହିତ୍ୟ ହାରି ଯାଉଥିବା ଲୋକକୁ ବଞ୍ଚିବାର ପ୍ରେରଣା ଦିଏ। ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ

0

ଭୁବନେଶ୍ୱର,୨୯/୧୨- ବିନ୍ଦୁ ସାହିତ୍ଯ ସମାଜର ବାର୍ଷିକୋତ୍ସବ ଓ ଗଳ୍ପ ଆସର ୱେବନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ସଭାପତି ପ୍ରଫେସର ନିତ୍ଯାନନ୍ଦ ମିଶ୍ର ଉଦଘାଟନ କରି ତାଙ୍କ ଅଭିଭାଷଣରେ ବିନ୍ଦୁ ସାହିତ୍ଯ ସମାଜର ଆଭିମୂଖ୍ଯ ସ୍ପଷ୍ଟ କରିଥିଲେ।ଏଥିରେ ମୂଖ୍ଯଅତିଥି ଭାବେ ବିଶିଷ୍ଟ ସାହିତ୍ଯିକ ତଥା ଏକ ଦୈନିକ ଖବରକାଗଜର ସମ୍ପାଦକ ମନୋଜ କୁମାର ମହାପାତ୍ର ଯୋଗଦେଇ କରୋନା ମହାମାରୀ ସମସ୍ତଙ୍କୁ ଗ୍ରୁହବନ୍ଦୀ କରି ରଖିଥିଲା ବେଳେ, ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କର ଉଦ୍ୟମରେ ବିନ୍ଦୁ ସାହିତ୍ଯ ସମାଜ ସମସ୍ତଙ୍କୁ ଯୋଡି ଏଭଳି ପ୍ରଶଂସନୀୟ କାର୍ଯ୍ଯକ୍ରମ କରି ପାରିଥିବାରୁ ଖୁସିବ୍ଯକ୍ତ କରିଥିଲେ ।ଏଥି ସହିତ ଡ. ଅବଦୁଲ କାଲାମଙ୍କୁ ଜଣେ ଦୁରଦ୍ରୁଷ୍ଟି ସମ୍ପର୍ଣ୍ଣ ବ୍ୟକ୍ତି ଓ ବାସ୍ତବବାଦୀବୋଲି ଅଭିହିତ କରିଥିଲେ ା ଯାହା ଆଜି ଘଟୁଛି, ତାହା ଡ.କାଲାମ କୋଡିଏ ବର୍ଷ ତଳୁ ଆକଳନ କରିଥିଲେ ା ସମସ୍ତ ସାରସ୍ବତ ସାଧକ ମାନଙ୍କର ଉତ୍ତୋରତରକାମନା କରିବା ସହ ନୂଆବର୍ଷ ବିଶ୍ବପାଇଁ ମଙ୍ଗଳମୟ ହେଉ ବୋଲି କହିଥିଲେ ା ମୂଖ୍ଯ ବକ୍ତା ଭାବେ ଓଡିଶା ମିରର ମୂଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ବିଶ୍ବାଳ ଯୋଗଦେଇ ସାହିତ୍ଯ ଓ ସାହିତ୍ଯିକ ସଂପର୍କରେ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ ା ସେ କହିଥିଲେ, ସାହିତ୍ୟ, ହାରି ଯାଉଥିବା ଲୋକଙ୍କୁ ବଂଚିବାର ପ୍ରେରଣା ଦିଏ ା ଯେଉଁ ରାଜ୍ୟ ସାହିତ୍ଯରେ ଯେତେ ବିକଶିତ, ସେ ରାଜ୍ୟ ସେତେ ସମ୍ରୁଦ୍ଧ ହେବ।
। ନୂତନ ବର୍ଷକୁ ସ୍ବାଗତ ଜଣାଇ କବୟତ୍ରୀ ସୁଜାତା ମହାପାତ୍ରଙ୍କ କବିତାବ୍ରୁତ୍ତି ସହିତ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା ।ପ୍ରଥମେ ଅନୁଷ୍ଠାନର ଦୁଇଜଣ ଦିବଂଗତ ସଭ୍ୟ କବି ସହସ୍ର ଶତପଥୀ ଓ କବି ଅଜୟ କୁମାର ମହାନ୍ତିଙ୍କ ପରଲୋକରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା।
ସଭା ପ୍ରାରମ୍ଭରେ ସମ୍ପାଦକ ଅରୁଣ କୁମାର ବିଶ୍ବାଳ ଅନୁଷ୍ଠାନ ତରଫରୁ ସଭାପତି, ମୂଖ୍ଯଅତିଥି, ମୂଖ୍ୟ ବକ୍ତା ଓ ଉପସ୍ଥିତ ସମସ୍ତ ସାରସ୍ବତ ସାଧକଙ୍କୁ ସ୍ବାଗତ କରିଥିଲେ ା କରୋନା ମହାମାରୀ ସମୟରେ ପତ୍ଯକ୍ଷ ଭାବେ ନହେଲେବି ପରୋକ୍ଷରେ ବିନ୍ଦୁ ସାହିତ୍ୟ ସମାଜ ସମସ୍ତଙ୍କୁ ଯୋଡିବାରେ ପ୍ରୟାସ ଜାରି ରଖିଛି ବୋଲି ଶ୍ରୀ ବିଶ୍ବାଳ କହିଥିଲେ ା

ଏହି ଅବସରରେ ବିନ୍ଦୁ ସାହିତ୍ୟ ସମାଜର ମୂଖପତ୍ର “ବିନ୍ଦୁ” କୁ କାର୍ଯ୍ୟକାରୀ ସଭାପତି ବାଉରିବନ୍ଧୁ ଲେଙ୍କା ଉନ୍ମୋଚନ କରିଥିଲେ ା ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ଯାନନ୍ଦ ମିଶ୍ର, ଡ.ଶଶୀଭୂଷଣ ମହାପାତ୍ରଙ୍କ ଗଳ୍ପ ସଂକଳନ”କଂଚାକଣ୍ଢେଇ”କୁ ଉନ୍ମୋଚନ କରିବା ସହିତ ସମୀକ୍ଷା କରି କହିଥିଲେ “କଂଚା କଣ୍ଢେଇ”ର ପ୍ରତ୍ଯେକ ଚରିତ୍ର ଆମ ଭିତରର ା ନିମ୍ନ ମଧ୍ୟବିତ୍ତ ପରିବାରର କାହାଣୀକୁ ନେଇ ଡ.ଶଶୀଭୂଷଣ ମହାପାତ୍ରଙ୍କର ଏହି ଗଳ୍ପ ସଂକଳନ ପାଠକୀୟ ଆଦ୍ରୁତି କରିବ।
ଦ୍ବିତୀୟାର୍ଦ୍ଧରେ, ଅଣୁଗଳ୍ପ ଆସର ଆୟୋଜିତ ହୋଇଥିଲା ା ବିଶିଷ୍ଟ ଗାଳ୍ପିକା ପାରମିତା ଷଡଙ୍ଗୀ ଓ କବୀ ସୁଜାତା ମହାପାତ୍ରଙ୍କ ସୁନ୍ଦର ପରିଚାଳନାରେ ଅନୁଷ୍ଠିତ ଏହି ଆସର ସୁନ୍ଦର ତଥା ମନମୁଗ୍ଧକର ହୋଇଥିଲା ା
ଗଳ୍ପ ଆସରରେ, ଡ.ଶଶୀଭୂଷଣ ମହାପାତ୍ର, ପାରମିତା ଷଡଙ୍ଗୀ, ସୁଜାତା ମହାପାତ୍ର, ସୁଷମା ପରିଜା, ରାଜଲକ୍ଷ୍ମୀ ତ୍ରିପାଠୀ, ଲତା ତେଜେଶ୍ବର,ରଜୀତ ଦାସ, ସନ୍ଧ୍ୟାରାଣୀ ପରିଜା,ମୈତ୍ରେୟୀ କମିଲା, ରାମଚନ୍ଦ୍ର ଭୂତିଆ, ବାଉରିବନ୍ଧୁ ଲେଙ୍କା, ଅଜିତା ମିଶ୍ର, ବିଜୟିନୀ ପାଣିଗ୍ରାହୀ,ଚକ୍ରଧର ରଥ, ସୁଜାତା ରାଉତରାୟ, ସସ୍ମିତା ଚୌଧୂରୀ,ଗୀତା ପଟ୍ଟନାୟକ ଓ ଅରୁଣ କୁମାର ବିଶ୍ବାଳ ସ୍ବରଚିତ ଅଣୁଗଳ୍ପ ପାଠ କରିଥିଲେ ା
ପ୍ରତାପ ଚନ୍ଦ୍ର ବେହେରା ଓ ବାଉରିବନ୍ଧୁ ଲେଙ୍କାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଆସରରେ ପ୍ରଫେସର ନିତ୍ଯାନନ୍ଦ ମିଶ୍ର ଓ ଡ. ଶଶୀଭୂଷଣ ମହାପାତ୍ର ଅଣୁଗଳ୍ପ ଗୁଡିକୁ ସମୀକ୍ଷା କରିଥିଲେ ା ସଭାପତି ପ୍ରଫେସର ମିଶ୍ର ଆଗାମୀ ଦିନରେ ବିନ୍ଦୁର ସଭ୍ୟ/ସଭ୍ୟା ମାନଙ୍କ ପାଇଁ କ୍ଷୁଦ୍ର ଗଳ୍ପର ଲିଖନ ଶୈଳୀ ଓ ବିକାଶ ପାଇଁ ବରିଷ୍ଠ ଗାଳ୍ପିକା ପାରମିତା ଷଡଙ୍ଗୀ, ସୁଜାତା ମହାପାତ୍ର ଓ ବିଶିଷ୍ଟ ଗାଳ୍ପିକ ଡ. ଶଶୀ ଭୂଷଣ ମହାପାତ୍ରଙ୍କୁ ଦାୟୀତ୍ବ ଦେଇଥିଲେ ା
ପରିଶେଷରେ ବିନ୍ଦୁ ସାହିତ୍ଯସମାଜର ସମ୍ପାଦକ ଅରୁଣ କୁମାର ବିଶ୍ବାଳ ଧନ୍ୟବାଦ ଦେଇଥିଲେ ା ଉକ୍ତ ଉତ୍ସବରେ, ବିଶିଷ୍ଟ କବି ବିଜନରାୟ, ରାମକ୍ରୁଷ୍ଣ ମିଶ୍ର, ଅରୁଣା କର, ସୁମିତା ବେହେରା, ଉର୍ମିଳା ଦାସ ଓ ଜ୍ଯୋତିର୍ମୟୀ ପରିଜା ସମେତ ପଚାଶରୁ ଅଧିକ କବି/ଲେଖକ ଯୋଗ ଦେଇଥିଲେ ା

Khansweb Solution Bhubaneswar

Leave A Reply

Your email address will not be published.