banner
Breaking

ଭୋଟ ପୂର୍ବରୁ ହାତ ଟେକିଦେଲେ ସୁର। କଣ କହିଲେ ଜାଣନ୍ତୁ।

0

ଭୁବନେଶ୍ୱର,୧୭/୧୦(ଓଡ଼ିଆ ନ୍ୟୁଜ) ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ଜିତିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍‌ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ହାତ ଟେକି ଦେଇଛନ୍ତି।

ସେ କହିଛନ୍ତି, ‘ ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ। କାହିଁକି ବଡ଼ ବଡ଼ କଥା କହିବା।
‘ବିଜେପୁରରେ ବିଜେଡି ଯେତିକି ପତାକା ଲଗାଇଛି, ଆମ ୭ ଜନ୍ମରେ କଂଗ୍ରେସ ବାଲା ଏମିତି ପତାକା ଦେଖି ପାରିବୁନି। ଯେତିକି ବି ପୋଷ୍ଟର ମାରିଛନ୍ତି, ଆମେ ୨୦ ଜନ୍ମରେ ଆମେ ମାରି ପାରିବୁନି। ଏତେ ପଇସା କିଏ କେଉଁଠି ଆଣିବ। ପଇସା ସବୁ ମୋଦି ଓ ନବୀନଙ୍କ ପାଖରେ ଅଛି। ଆମେ ତ ଶୁଖିଲା। ଏଭଳି ସ୍ଥିତିରେ ମୋତେ କାହିଁ ଜିତିଲା ଭଳି ଲାଗୁ ନାହିଁ। କଂଗ୍ରେସ ପାଖରେ ବିଲ୍‌କୁଲ୍‌ ପଇସା ନାହିଁ। ଆମେ ଭୋଟ୍‌ କ’ଣ ପାଇବୁ ?’ ପ୍ରକାଶ ଥାଉକି କଂଗ୍ରେସ ପକ୍ଷରୁ  ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.