banner
Breaking

ବିଜେପୁରରେ ଚାଲିଛି ଜୋରଦାର ମତଦାନ। ସନତ ଦେଲେ ଭୋଟ।

0

ବିଜେପୁର, ୨୧।୧୦(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୫୬.୫% ମତଦାନ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।
ଏଥର ମୋଟ ୨,୩୨,୨୬୪ଜଣ ମତଦାତା ୫ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ଭୋଟରଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୨୦,୧୩୫ ରହିଛି। ସେହିପରି ମହିଳାଙ୍କ ସଂଖ୍ୟା ୧,୧୨,୧୧୪ ଓ ୧୫ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି।ବିଜେପୁର ଉପନିର୍ବାଚନ ଭାଜପା ପ୍ରାର୍ଥୀ ସନତ କୁମାର ଗଡତିଆ ସୋମବାର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଜେପୁର ବାଳକ ପ୍ରାଥମିକ ବିଦ୍ୟାଳୟର ବୁଥ ନଂ. ୧୦୫କୁ ଯାଇ ସେ ମତଦାନ କରିଛନ୍ତି। ଏଥର ଏହି ଆସନରୁ ଭାଜପାର ବିଜୟ ନିଶ୍ଚିତ ବୋଲି ସନତ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.