ବରଗଡ଼ ,୨୧।୧୦(ଓଡ଼ିଆ ନ୍ୟୁଜ): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜେଡି ପ୍ରାର୍ଥିନୀ ରୀତା ସାହୁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବରପାଲି ସମଲେଶ୍ବରୀ ୟୁଜିୟୁପି ସ୍କୁଲର ବୁଥ୍ ନଂ.୨୧କ ଯାଇ ସେ ମତଦାନ କରିଛନ୍ତି। ବିଜେଡି ପ୍ରତି ବିଜେପୁର ନିର୍ବାଚନ ମଣ୍ଡଳୀବାସୀଙ୍କ ଆସ୍ଥା ରହିଛି ଏବଂ ଏଥର ପୁଣି ଏଠାରେ ବିଜେଡିର ବିଜୟ ହେବ ବୋଲି ରୀତା କହିଛନ୍ତି। ୯ ଟା ସୁଦ୍ଧା ୧୧% ମତଦାନ ହୋଇଛି।




