banner
Breaking

ବିଜେପୁର ପ୍ରଚାର ମଇଦାନରେ ନବୀନଙ୍କ ଫାଇନାଲ ଟଚ୍, ଦୁଇଦିନ ବୁଲିବେ।

0

ଭୁବନେଶ୍ବର, ୧୭ା୧୦(ଓଡ଼ିଆ ନ୍ୟୁଜ):ନବୀନଙ୍କ ନାମରେ ଭୋଟ। ୧୧୨ ବିଧାୟକ, ମନ୍ତ୍ରୀ, ଛାମୁଆ ନେତା, କର୍ମୀ ମାନେ ଟଙ୍କାପଇସା, ସୁନାରୁପା,ଇତ୍ୟାଦି ଯେତେଦେଲେ ବି ଭୋଟର ପରିବର୍ତ୍ତନ କରିବା ଅସମ୍ଭବ। କାରଣ ଓଡ଼ିଶାର ଭୋଟର ମାନେ ଜାଣିଛନ୍ତି ନବୀନ ଏକମାତ୍ର ନେତା ଯେକି ଓଡ଼ିଶାର ଜନସାଧାରଣଙ୍କ ଉନ୍ନତି ପାଇଁ କାମ କରୁଛନ୍ତି। ତାଙ୍କ ଉପରେ ଲୋକଙ୍କର ଅଖଣ୍ଡ ବିଶ୍ବାସ ରହିଛି।ତାଙ୍କୁ ପାଖରୁ ଦେଖିଦେଲେ ମନକୁ ମନ ଭୋଟର ବଦଳି ଯାଆନ୍ତି। ସେଥିପାଇଁ ବିଜେଡି ସୁପ୍ରିମୋ ପ୍ରତ୍ୟେକ ନିର୍ବାଚନରେ ଫାଇନାଲ ଟଚ୍ କରନ୍ତି। ସେଥିପାଇଁ ଗୁରୁବାର ଦୁଇ ଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲାଉମୁଣ୍ଡାରୁ ରୋଡ ଶୋ’ରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ହେଲିକପ୍ଟରରେ ଆସି ଦିନ ପ୍ରାୟ ୧୦ଟା ୪୨ ମିନିଟରେ ଲାଉମୁଣ୍ଡାର ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ସେଠାରୁ ସ୍ବତନ୍ତ୍ର ବସ୍‌ ଯୋଗେ ରୋଡ୍‌ ଶୋ’ରେ ବାହାରି ପ୍ରଚାର ଆରମ୍ଭ କରିବା ସହିତ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇଥିଲେ। ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥିନୀ ରୀତାଙ୍କ ସମେତ ମନ୍ତ୍ରୀ ଟୁକୁନୀ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁଶାନ୍ତ ସିଂ, ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ହଜାର ହଜାର ସମର୍ଥକଙ୍କ ସହିତ ଉପସ୍ଥିତ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.