banner
Breaking

ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ। ଘୋଷଣା ବାକି

0

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ପ୍ରାର୍ଥୀ ଚୟନ ପାଇଁ ଲାଗିପଡିଛନ୍ତି ତିନୋଟି ପ୍ରମୁଖ ରାଜନୈତିକ ଦଳ। ଏହି ଦୌଡରେ ପୂର୍ବ ନିର୍ବାଚନରେ କମ୍ ଭୋଟ ପାଇଥିବା କ°ଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଆଗରେ ଅଛି। ପୂର୍ବତନ ମନ୍ତ୍ରୀ ତଥା ଗତ ତଥର ପ୍ରାର୍ଥୀଙ୍କ ପୁଅ ଚୂଡାନ୍ତ ହେବାନେଇ ସୁଚନା ମିଳୁଥିବା ବେଳେ ଦଳୀୟ ଘୋଷଣା ବାକି ଅଛି। ବିଜେପି ପକ୍ଷରୁ ଜଣେ ବରିଷ୍ଠ ନେତାଙ୍କ ନାମ ରହିଛି। ସେହିପରି ବିଜେଡି ପକ୍ଷରୁ ନବୀନ ନିବାସରେ ବୈଠକ ପରେ ବୈଠକ ବସୁଛି । ଆସନ୍ତା ୨୭ରେ ବିଜେଡି ପ୍ରାର୍ଥୀପତ୍ର ଘୋଷଣା କରିପାରେ। ସେହିଭଳି ମଙ୍ଗଳବାର କଂଗ୍ରେସ ପକ୍ଷରୁ ବସିଥିବା ବୈଠକରେ ପ୍ରାର୍ଥୀ ଚୟନ ହୋଇସାରିଛି। ଦିନେ ଅଥବା ଦୁଇଦିନ ମଧ୍ୟରେ ଦଳ ବିଜେପୁର ଲାଗି ପ୍ରାର୍ଥୀ ଘୋଷଣା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଅପରପକ୍ଷେ ବୈଠକଟି ଅସମାପ୍ତ ରହିଥିବା ଚୟନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ୩୦ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ୩ଟା ମଧ୍ୟରେ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ଆସନ୍ତା ୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଅକ୍ଟୋବର ୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। 

Khansweb Solution Bhubaneswar

Leave A Reply

Your email address will not be published.