banner
Breaking

ଆମେ ହାରିନୁ ଆମେ ଜିତିଛୁ : ତେଜସ୍ଵୀ ଯାଦବ

0

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମହାମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଏହାପରେ ସେ କହିଛନ୍ତି ବିହାର ଜନତା ମହାମେଣ୍ଟ ସହ ଥିଲେ । ତେଣୁ ଆମେ ପରାଜିତ ହୋଇନୁ । ସେ ପୋଷ୍ଟାଲ ବାଲାଟକୁ ପୁଣିଥରେ ଗଣିବାକୁ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିହାରବାସୀ ମହାମେଣ୍ଟ ସପକ୍ଷରେ ଥିଲେ ହେଲେ ନିର୍ବାଚନ କମିଶନଙ୍କ ଫଳାଫଳ ଏନ୍‌ଡିଏ ସପକ୍ଷରେ ଥିଲା । ଏହା ପ୍ରଥମଥର ନୁହେଁ । ୨୦୧୫ରେ ଯେବେ ମହାମେଣ୍ଟ ହୋଇଥିଲା ସେତେବେଳେ ଭୋଟ ଆମ ସପକ୍ଷରେ ଥିଲା, ହେଲେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସନ ଗାଦି ଦଖଲ କରିବାକୁ ବ୍ୟାକ ଡୋର ଏଣ୍ଟ୍ରି କରିଥିଲା । ନିର୍ବାଚନ କମିଶନଙ୍କ ଦାୟିତ୍ୱ ହେଉଛି ସେ ସମସ୍ତ ପ୍ରାର୍ଥୀଙ୍କ ସନ୍ଦେହ ଦୂର କରନ୍ତୁ । ରିକାଉଣ୍ଟିଂ ନିହାତି ଜରୁରୀ ବୋଲି ତେଜସ୍ୱୀ କହିଛନ୍ତି । ଏହାସହ ଆମକୁ ଦେଖାଇ ରିକାଉଣ୍ଟିଂ କରିବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୫ରେ ନୀତୀଶ କୁମାର ଜନାଦେଶର ଅପମାନ କରିଥିଲେ । ନୀତୀଶଙ୍କୁ ଗାଦିମୋହ ଥିବାରୁ ସେ ଛଳ କପଟ କରି ଏହାକୁ ହାସଲ କରିଛନ୍ତି । ହେଲେ ଜନତାଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଆମେ ହାରିନୁ ବରଂ ଜିତିଛୁ ତେଣୁ ଆମେ ଧନ୍ୟବାଦ ରାଲି ବାହାର କରିବୁ ଓ ବିହାରବାସୀଙ୍କୁ ଧନ୍ୟବାଦ ଦେବୁ ।

Khansweb Solution Bhubaneswar

Leave A Reply

Your email address will not be published.