banner
Breaking

ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର।

0

ପାଟନା,୧୬ ।୧୧: ବିହାର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ନୀତୀଶ କୁମାର । ସୋମବାର ଅପରାହ୍ନରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ନୀତୀଶ ଶପଥ ଗ୍ରହଣ କରିଛନ୍ତି । ବିହାର ରାଜ୍ୟପାଳ ଫଗୁ ଚୌାହାନ ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ସମାରୋହରେ ଯୋଗ ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଆଉ କେତେଜଣ ବରିଷ୍ଠ ନେତା । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ବିଜୟ ଲାଗ କରିବା ପରେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନ ମିଳିଛି । ତେବେ ଭାଜପା ବାଚସ୍ପତି ଆସନ ଉପରେ ନଜର ରଖିଥିବା କୁହାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.