banner
Breaking

ବିଗ୍ ବଜାର ପକ୍ଷରୁ ପ୍ଲାଷ୍ଟିକ୍ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଫ୍ୟୁଚର ଗ୍ରୁପର ପ୍ରମୁଖ ବ୍ରାଣ୍ଡ ବିଗ୍ ବଜାର ୟୁନାଇଟେଡ଼ ନେସନସ୍ ଡ଼େଭଲପମେନ୍ଟ ପ୍ରୋଗ୍ରାମ (ୟୁଏନ୍ଡିପି) ଏବଂ ହିନ୍ଦୁସ୍ଥାନ କୋକାକୋଲା ବେଭେରେଜସ ପ୍ରାଇଭେଟ୍ ଲିମିଟେଡ଼୍ (ଏଚ୍ସିସିବିପିଏଲ) ସହ ହାତ ମିଳାଇ ପ୍ଲାଷ୍ଟିକର ସଦବ୍ୟବହାର ଏବଂ ଏହାର ପୃଥକୀକରଣ ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ଲାଷ୍ଟିକ୍ ଭରୋରିସାଇକେଲ କରୋ ଶୀର୍ଷକ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ସେପ୍ଟେମ୍ବର ୧୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ୍ କମିଶନର ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ(ଆଇଏଏସ୍), ଆଡିସନାଲ କମିଶନର ଶୁରଥ ଚନ୍ଦ୍ର ମଲ୍ଲିକ୍, ଡେପୁଟି କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଷ୍ଟେଟ୍ ପଲ୍ୟୁସନ୍ କନ୍ଟ୍ରୋଲ ବୋର୍ଡ ଓଡିଶାର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବି.କେ. ନାୟକ, ୟୁନାଇଟେଡ୍ ନେସ୍ନ ଡେଭଲପମେଣ୍ଟ ପ୍ରୋଗ୍ରାମର ଡେପୁଟି ରେସିଡେଣ୍ଟ ରିପ୍ରେଜେନ୍ଟେଟିଭ୍ ନାଦିଆ ରସିଦ୍, ଡେପୁଟି ଡାଇରେକ୍ଟର ରାକେଶ କୁମାରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଏବଂ ଏହାର ସଠିକ୍ ପୃଥକୀକରଣ ନିମନ୍ତେ ଦିଆଯାଇଥିବା ଆହ୍ୱାନକୁ ଲକ୍ଷ୍ୟରେ ରଖି ପ୍ଲାଷ୍ଟିକ୍ ଭରୋ ରିସାଇକେଲ୍ କରୋ ଅଭିଯାନ ଆରମ୍ଭ ହୋଇଛି । ୟୁଏନ୍ଡିପି ଏବଂ ଏଚ୍ସିସିବି ଦ୍ୱାରା ଦେଶର ୨୦ଟି ସହରରେ ଆଗରୁ ଚାଲୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମକୁ ବିଗ୍ ବଜାରର ଏହି ଅଭିଯାନ ତ୍ୱରାନ୍ୱିତ କରିବ । ଏହି ଅଭିଯାନ ମାଧ୍ୟମରେ ଦେଶର ୫୦ଟି ସହରରୁ ୮୫୦୦୦ ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନର ଗାଇଡ଼ ଲାଇନ ଅନୁସାରେ ଏକ ସୋସିଓ ଟେକ୍ନିକାଲ୍ ମଡ଼େଲ (ସେଗ୍ରିଗେସନ/କଲେକସନ/ରିସାଇକ୍ଲିଂ) ମାଧ୍ୟମରେ ଏହି ପ୍ଲାଷ୍ଟିକ ବର୍ଜ୍ୟର ସଠିକ୍ ବ୍ୟବହାର କରାଯିବ ।
୨୦୩୦ ମସିହା ମଧ୍ୟରେ ଏକ ସମାନ୍ତରଣ ଓ ସୁରକ୍ଷିତ ପୃଥିବୀ ପ୍ରସ୍ତୁତ କରିବା ଲକ୍ଷ୍ୟରେ ସାରା ବିଶ୍ୱରେ ରଖାଯାଇଥିବା ୧୭ଟି ସସଟେନେବଲ ଡ଼େଭଲପମେନ୍ଟ ଗୋଲ ମଧ୍ୟରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୪ଟି ଗୋଲକୁ ପୂରଣ କରାଯାଇପାରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଗ୍ ବଜାର ସହ ସହଯୋଗୀତା ବିଷୟରେ ୟୁଏନ୍ଡିପିର ଇିଆନ ରେସିଡ଼େନ୍ଟ ରିପ୍ରେଜେନ୍ଟେଟିଭ ଶୋକା ନୋଡ଼ା କହିଲେ ବିଗ ବଜାର ଓ ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ ସହ ମିଳିତ ଭାବେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରିବା । ଏହା ମଧ୍ୟ ଗ୍ରାହକ ମାନଙ୍କୁ ସେମାନଙ୍କର ପ୍ଲାଷ୍ଟିକ ବର୍ଜ୍ୟକୁ ପୁନଃ ବ୍ୟବହାର କରାଯିବା ନିମନ୍ତେ ଫେରେଇବାକୁ ଉାହିତ କରିବ । ଏହା ସହ ଜନସାଧାରଣ ଯଥା ସମ୍ଭଭି କମ୍ ପ୍ଲାଷ୍ଟିକ ବ୍ୟବହାର କରିବା ନେଇ ଅବଗତ ହେବା ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସଠିକ ପରିଚାଳନା କରିବେ । ଏହି ଅବସରରେ ବିଗ୍ ବଜାରର ସିଇଓ ଇଷ୍ଟ ଜୋନ, ମନିଶ ଅଗ୍ରୱାଲ କହିଲେ ୟୁଏନ୍ଡିପି , ବିଏମ୍ସି ଓ ଏଚ୍ସିସିବିଏଲ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେନ୍ଟ ଅଭିଯାନରେ ସାମିଲ ହୋଇ ଆମେ ଖୁବ୍ ଖୁସି, ସ୍ୱଚ୍ଛ ଭାରତ ମିଶନ୍, ପ୍ଲାଷ୍ଟିକ୍ ୱେଷ୍ଟ ମ୍ୟାନେଜମେନ୍ଟ ରୁଲ ୨୦୧୬ ଏବଂ ଗ୍ଲୋବାଲ ସସଟେନେବଲ ଡ଼େଭଲପମେନ୍ଟ ଗୋଲସ (ଏସ୍ଡ଼ିଜି ଏସ୍) ଅନୁଯାୟୀ ଆମର ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।ଆଜି ଏହା ଆମର ଶୁଭାରମ୍ଭ କିନ୍ତୁ ଆମେ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ସମସ୍ତ ଷ୍ଟୋରରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ ପ୍ରସ୍ତୁତ ଅଛୁ । ଭାରତରେ ପ୍ଲାଷ୍ଟିକ୍ର ବ୍ୟବହାର ଖୁବ୍ ଦୃତ ଗତିରେ ଓ ବିପଦଜନକ ଭାବରେ ପ୍ରତି ବର୍ଷ ୧୦% କମ୍ପାଉଡେ୍ ଆନୁଆଲ ଗ୍ରୋଥ ରେଟ୍ରେ ବୃଦ୍ଧି ପାଉଛି । ହିସାବ କରି ଦେଖା ଯାଇଛି ଯେ ୨୦୨୦ ମଧ୍ୟରେ ଭାରତରେ ପ୍ଲାଷ୍ଟିକ୍ର ବ୍ୟବହାର ପରିମାଣ ୨୦ମିଲିୟନ୍ ମେଟ୍ରିକ୍ ଟନ୍ ଏବଂ ରିସାଇକେଲ ହୋଇଥିବା ପ୍ଲାଷ୍ଟିକ୍ର ବ୍ୟବହାର ୮ମିଲିୟନ୍ ମେଟ୍ରିକ୍ ଟନରେ ପହଂଚିବ ।ଏହି କାର୍ଯ୍ୟକ୍ରମରେ ସମସ୍ତ ସହଯୋଗୀ ନିଶ୍ଚିନ୍ତ ଯେ, ପ୍ଲାଷ୍ଟିକ୍ ଭୋର- ରିସାଇକେଲ କରୋ ଅଭିଯାନ ମାଧ୍ୟମରେ ପ୍ଲାଷ୍ଟିକ୍ ରିସାଇକ୍ଲିଂ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସହ ରିସାଇକେଲ ହୋଇ ପାରୁଥିବା ପ୍ଲାଷ୍ଟିକ୍ ସବୁକୁ ଏଣେତେଣେ ଫୋପାଡିବାରୁ ଲୋକଙ୍କୁ ବିରତ ମଧ୍ୟ କରାଯାଇପାରିବ । ଏତତ୍ ବ୍ୟତୀତ ଆମ ପରିବେଶ ଉପରେ ଏହି ପ୍ଲାଷ୍ଟିକ୍ ପକାଉଥିବା ଖରାପ ପ୍ରଭାବ ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରି ସେମାନଙ୍କର ଘରର ବର୍ଜ୍ୟବସ୍ତୁକୁ ପୃଥକୀକରଣ କରିବା ପାଇଁ ଉାହିତ କରିବା ସହ ଆର୍ଥିକ ଦିଗରେ ମଧ୍ୟ ସହାୟକ ହୋଇପାରିବ । ତତ୍ ସହିତ ଏହି ଅଭିଯାନକୁ ପ୍ରହୋତ୍ସନ ଦେବାକୁ ବିଗ୍ବଜାରର ଖାରବେଳ ନଗର ଏବଂ ପଟିଆ ଷ୍ଟୋରରେ ପ୍ଲାଷ୍ଟିକ୍ ଜମା କରିବା ପ୍ରତିବଦଳରେ ବିଗ୍ବଜାର ଗିଫ୍ଟ ଭାଉଚର ପ୍ରଚାର କରାଯିବ । ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ୍ କମିଶନର ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ(ଆଇଏଏସ୍), ଆଡିସନାଲ କମିଶନର ଶୁରଥ ଚନ୍ଦ୍ର ମଲ୍ଲିକ୍ , ଡେପୁଟି କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଷ୍ଟେଟ୍ ପଲ୍ୟୁସନ୍ କନ୍ଟ୍ରୋଲ ବୋର୍ଡ ଓଡିଶାର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବି.କେ. ନାୟକ, ଉଇନାଇଟେଡ୍ ନେସ୍ନ ଡେଭଲପମେନ୍ଟ ପ୍ରୋଗ୍ରାମର ଡେପୁଟି ରେସିଡେନ୍ଟ ରିପ୍ରେଜେନ୍ଟେଟିଭ୍ ନାଦିଆ ରସିଦ୍, ଡେପୁଟି ଡାଇରେକ୍ଟର ରାକେଶ କୁମାରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.