banner
Breaking

ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ମୁଲତବୀ।

0

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶୁକ୍ରବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରାରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ଲୋକଭୀମୁଖି ଯୋଜନା ସମ୍ବନ୍ଧରେ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଗୃହ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର ନ ଥିବାରୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଉଦ୍‌ବେଗ ପ୍ରକାଶ କରିଥିଲେ। ପରେ ଏହାକୁ ନେଇ ଗୃହରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥିଲେ। ଏସବୁ ମଧ୍ୟରେ ଗୃହକାର୍ଯ୍ୟ ଅଳ୍ପ ସମୟ ଚାଲିବା ପରେ କଂଗ୍ରେସ ବିଧାୟକ ସଚିବଙ୍କୁ ଚେୟାରରୁ ଟାଣି ଉଠାଇ ଦେଇଥିଲେ। ଏଣୁ ଗୃହକୁ ଶାନ୍ତ କରିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଯାଏ ବିଧାନସଭା ମୁଲତବୀ ଘୋଷଣା କରିଥିଲେ। ପ୍ରକାଶ ଯେ, ଏହି ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏଥିରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବୃୟାରୀ ୧୪ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏ ଚାଲିବାକୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ଚଳିତ ମାସ ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

Khansweb Solution Bhubaneswar

Leave A Reply

Your email address will not be published.