banner
Breaking

ବିଧାନସଭା ପରିସରରେ ଶେଷ ଦର୍ଶନ

0

ଭୁବନେଶ୍ବର :କ୍ୟାପିଟାଲ ହସ୍ପିଟାଲରେ ରବିବାର ରାତିରେ ମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେଠାରୁ ପାର୍ଥିବ ଶରୀର ବିଧାନସଭା ଅଣାଯାଇଥିଲା। ସେଠାରେ ବାଚସ୍ପତିଙ୍କଠାରୁ ଆରମ୍ଭ କରି ବହୁ ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକମାନେ ନବଙ୍କ ମରଶରୀର ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ନବ କିଶୋର ଦାସ ପଶ୍ଚିମ ଓଡ଼ିଶାର ଜଣେ ଆଗଧାଡ଼ିର ନେତା ଥିଲେ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ସେ ଅନେକ କିଛି ପଦକ୍ଷେପ ନେଇଛନ୍ତି। ତାଙ୍କର ଦୃଢ ସାଙ୍ଗଠନିକ ଦକ୍ଷତା ରହିଥିଲା। ତାଙ୍କ ଅକାଳ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ। ପରେ ନବଙ୍କ ମରଶରୀରକୁ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ସେଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କ ଶେଷ ଦର୍ଶନ କରିଥିଲେ। ସୋମବାର ସକାଳ ସାଢ଼େ ୮ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବଙ୍କ ସରକାରୀ ବାସଭବନକୁ ଆସି ଶେଷ ଦର୍ଶନ କରିବା ପରେ ମରଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ। ସେଠାରେ କିଛି ସମୟ ରହିବା ପରେ ମରଶରୀରୁ ଏକ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ନିଆଯିବ। ଅପରାହ୍ନରେ ତାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.