banner
Breaking

ପୁଣି ବିଧାନସଭା ମୁଲତବୀ

0

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶର ଆଜି ଚତୁର୍ଥ ଦିନ। ଆଜି ବି ବିଧାନସଭା ଆରମ୍ଭରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଗୃହ ଆରମ୍ଭରୁ ବିରୋଧୀ ପ୍ରବଳ ହୋ ହଲ୍ଲା କରିଛନ୍ତି। ତେବେ ବିରୋଧୀ ଗୃହରେ ଘଣ୍ଟ ବଜାଇବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ପୂଜକ ବେଶରେ ଗଙ୍ଗାଜଳ ଛିଞ୍ଚିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.