banner
Breaking

ଫେବୃଆରୀ ୧୮ରେ ବିଧାନସଭା, ୨୨ରେ ବଜେଟ।

0

ଭୁବନେଶ୍ୱର,୨।୨(ଓଡ଼ିଆ ନ୍ୟୁଜ): ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ଫେବୃୟାରୀ ୧୮ ତାରିଖ ପ୍ରଥମ ଦିବସ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ୧୯ ଓ ୨୦ ଦୁଇଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ଫେବୃୟାରୀ ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ। ୨୫ରୁ ୨୭ ଯାଏ ବଜେଟ ଉପରେ ଆଲୋଚନା ହେବ। ମାର୍ଚ୍ଚ ୧ରୁ ୧୧ ତାରିଖ ଯାଏ ଅଧିବେଶନ ବିରତ ରହିବ। ୧୨ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ସେହିଦିନ ବିଧାନସଭାରେ ସମସ୍ତ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯିବ। ୧୫ରୁ ୨୭ ଯାଏ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ରେ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଆଗତ ହେବ। ଏହି ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.