banner
Breaking

ବିଧାନସଭାରେ ଉଠିଲା ପରି ହତ୍ୟାକାଣ୍ଡ ଘଟଣା।

0

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ବିଧାନସଭାରେ ଉଠିଲା ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣା। ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ଘଟଣା ଉଠାଇଛନ୍ତି। ନୟାଗଡ଼ର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ନ୍ୟାୟ ପାଇଁ ମା’ବାପା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବା ଘଟଣାକୁ ସେ ନିନ୍ଦା କରିଛନ୍ତି। ପୋଲିସ କ’ଣ କରୁଥିଲା ବୋଲି କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି।
ଏଥିସହ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ବିଧାନସଭା ଚାଲିବା ସମୟରେ ଏପରି ଘଟଣା ଘଟିବା ସୁରକ୍ଷିତ ନୁହେଁ । ଏନେଇ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି । କିନ୍ତୁ ସରକାର ନିଦା ବିଷ୍ଣୁ ସାଜିଛି ବୋଲି ସେ ଆଭିଯୋଗ ଆଣିଛନ୍ତି । ସେପେଟ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ବିରୋଧୀମାନେ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି ।
ଅନ୍ୟପଟେ ଅରୁଣ ସାହୁଙ୍କ ପାଖ ଲୋକ ପରୀ ହତ୍ୟା ପଛରେ ଦାୟୀ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ପରୀର ମା’ କହିଛନ୍ତି, ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଛି । ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ନାଏକ ମୋ ଝିଅକୁ ମାରି ଦେଇଛନ୍ତି । ମନ୍ତ୍ରୀ କିଛି କରୁନାହାନ୍ତି । ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଛି । ଥାନାକୁ ଦୌଡି ଦୌଡି ନିରାଶ ହେବା ପରେ ମଧ୍ୟ ନ୍ୟାୟ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.