banner
Breaking

କୃଷି ଉପରେ ଠିକ୍ ତଥ୍ୟ ଦେଉନାହାନ୍ତି ରାଜ୍ୟ ସରକାର।

0

ଭୁବନେଶ୍ୱର,୭ା୧୦(ବ୍ୟୁରୋ):ମୁଲତବୀ ପ୍ରସଙ୍ଗକୁ ଗ୍ରହଣ କରା ନ ଯିବା ଏବଂ ଖଣି ଦୁର୍ନୀତି ପ୍ରସଙ୍ଗ ଉପରେ ଆଲୋଚନା ନ ହେବାରୁ ମଙ୍ଗଳବାର ବିଧାନସଭାରେ ଦିନସାରା ହୋହଲ୍ଲା କରିଥିଲା ବିରୋଧୀ ଭାଜପା। ଶୂନ୍ୟକାଳରୁ ଆରମ୍ଭ କରି ଅଧିବେଶନ ଚାଲିବା ପର୍ଯ୍ୟନ୍ତ ଗୃହର କୌଣସି ଆଲୋଚନାରେ ଅଂଶଗ୍ରହଣ କରି ନ ଥିଲେ ଦଳର କୌଣସି ସଦସ୍ୟ। ପିଏମ୍‌ କିଷାନ ଯୋଜନା ପାଇଁ ରାଜ୍ୟ ସରକାର ଚାଷୀଙ୍କ ଭୁଲ୍‌ ତଥ୍ୟ ଦେଇଥିବା ପ୍ରସଙ୍ଗ ଉପରେ ମୁଲତବୀ ଆଣିବାକୁ ଭାଜପା ପ୍ରସ୍ତାବ ଦେଇଥିବା ବେଳେ ବାଚସ୍ପତି ଏହାକୁ ଗ୍ରହଣ କରି ନ ଥିଲେ। କଂଗ୍ରେସ ସମାନ ବିଷୟ ଉପରେ ସୋମବାର ମୁଲତବୀ ପ୍ରସ୍ତାବ ଆଣିଥିବାରୁ ଅନ୍ୟ କୌଣସି ବିଷୟକୁ ମୁଲତବୀରେ ଆଣିବାକୁ ବାଚସ୍ପତି କହିଥିଲେ। ମାତ୍ର ଭାଜପା ପିଏମ୍‌ କିଷାନ ଯୋଜନା ସମ୍ପର୍କରେ ମୁଲତବୀ ପ୍ରସ୍ତାବ ଆଣିବା ଜିଦ୍‌ରେ ଅଟଳ ରହିଥିଲା। ରାଜ୍ୟରେ ୪୮ଲକ୍ଷ ୧୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ଥିବା ବେଳେ ରାଜ୍ୟ ସରକାର ପିଏମ୍‌ କିଷାନ୍‌ ଯୋଜନା ପାଇଁ ମାତ୍ର ୪ଲକ୍ଷ ଚାଷୀଙ୍କ ନାମ କାହିଁକି ଦେଇଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଥିଲେ। ପୂର୍ବାହ୍ନରେ ଦଳ ସଦସ୍ୟମାନେ ଗୃହ ମଧ୍ୟଭାଗରେ ବସିରହି ହୋହଲ୍ଲା କରିଥିଲେ। ସେହିଭଳି ଅପରାହ୍ନରେ ବିଲ୍‌ ସମ୍ପର୍କରେ ଆଲୋଚନା ବେଳେ ଭାଜପା ବିଧାୟକମାନେ ଏହି ଦିବସକୁ କଳା ଦିବସଭାବେ ପାଳନ କରି କଳାବ୍ୟାଜ୍‌ ପିନ୍ଧିଥିଲେ। ଏହାପରେ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିନିଧି ଦଳ ଗୃହରେ ଅବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବାକୁ ରାଜଭବନ ଯାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.