banner
Breaking

ବିଧାନସଭାରେ ପାରିତ ହେଲା ପାଞ୍ଚଟି ବିଲ୍।

0

ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦ ମଙ୍ଗଳବାର ବହୁ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ଏହି ବିଲ୍‌ ପାରିତ ହୋଇଛି। ଭାଜପା ଓ କ°ଗ୍ରେସ ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରି ବିଲ୍‌କୁ ବିରୋଧ କରିଥିଲେ। ଏହି ବିଲ ପାରିତ ହେଲେ ବିଶ୍ୱବିଦ୍ୟାଳୟ ଗୁଡିକରେ ଶାସକ ଦଳର ପ୍ରାର୍ଦୁଭାବ ବଢିବ ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଏହାକୁ କଳା ଆଇନ ଓ କଳା ଦିବସ ବୋଲି ନରସିଂହ ମିଶ୍ର କହିଥିଲେ।
ଏହାର ଜବାବରେ କେନ୍ଦ୍ର ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ ବ୍ୟତିତ ଆଉ ୪ଟି ବିଲ ପାସ ହୋଇଛି।ସେଗୁଡ଼ିକ ହେଲା ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ବିଲ୍ , ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.