banner
Breaking

ବିଶ୍ବବିଦ୍ୟାଳୟ ସ°ଶୋଧନ ବିଲ ଉପରେ ଉତ୍ତର ରଖିଲେ ଅରୁଣ ସାହୁଙ୍କ ।

0

ଭୁବନେଶ୍ୱର,୬ ।୧୦(ଓଡ଼ିଆ ନ୍ୟୁଜ): ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଲୋଚନା ହୋଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ‘କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟରେ ଭିସି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ତାହା ଭିନ୍ନ ରହିଛି । ଗୁଜରାଟ, ବିହାର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ବ୍ୟବସ୍ଥାଠାରୁ ଭିନ୍ନ । ସେହିସବୁ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । ଓଡିଶାରେ ନିରପେକ୍ଷତା, ସ୍ୱଚ୍ଛତାର ଭିସି ଚୟନ ହୋଇଥାଏ । ରାଜ୍ୟପାଳ ନିଯୁକ୍ତି କରନ୍ତି, ଫଳରେ ଅଟୋନମି ନଷ୍ଟ ହୋଇନଥାଏ । ଭିସିଙ୍କ କାର୍ଯ୍ୟକାଳ ୩ ବର୍ଷ ବଦଳରେ ୪ ବର୍ଷ କରାଯାଇଛି । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରି ସିଣ୍ଡିକେଟ ବ୍ୟବସ୍ଥାକୁ ମଜବୁତ କରାଯାଇଛି । ଜାତୀୟ ଶିକ୍ଷାନୀତିକୁ ତର୍ଜମା କରିବା ପାଇଁ କମିଟି ଗଠନ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.