banner
Breaking

ଷୋଡଶ ବିଧାନସଭା ମୌସୁମୀ ଅଧିବେଶନ। ଶୋକରୁ ଆରମ୍ଭ, ବିରୋଧରେ ଶେଷ।

0

ଭୁବନେଶ୍ଵର,୨୯/୯(ଓଡ଼ିଆ ନ୍ୟୁଜ): କରୋନା କଟକଣା ମଧ୍ୟରେ ରାଜ୍ୟ ବିଧାନସଭାର ଷୋଡଶ ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ନବୀନ ନିବାସରୁ ଏବଂ ଲୋକସେବା ଭବନରୁ ୬ ଜଣ ବିଧାୟକ ବୈଠକରେ ଭାଗ ନେଇଛନ୍ତି ।
ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଅନ୍ୟ ଦିବଙ୍ଗତ ବିଧାୟକଙ୍କ ସ୍ମୃତି, ଶ୍ରଦ୍ଧାଞ୍ଜଳି ଆଗତ ହୋଇଥିଲା । ଏହାପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଥିଲା ।

ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ବେଳକୁ ସରକାରଙ୍କ ପକ୍ଷରୁ ୭ଟି ବିଲ୍ ଆଗତ ହୋଇଥିଲା । ମାତ୍ର ଏହାକୁ ବିରୋଧୀ କଂଗ୍ରେସ ଓ ବିଜେପି ତୀବ୍ର ବିରୋଧ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ସହ ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇବା ସହ ଏହାର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଥିଲେ । ଏହି ବିଲ ଆଣିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି  ନରସିଂହ ଅଭିଯୋଗ କରିବା ସହ ସରକାର ବିଶ୍ଵବିଦ୍ୟାଳୟକୁ ନିୟନ୍ତ୍ରଣରେ ରଖିବାକୁ ଯୋଜନା କରୁଛନ୍ତି ବୋଲି କହିଥିଲେ ।  ବିଲ୍ ଆସିଲେ ବିଶ୍ବବିଦ୍ୟାଳୟରେ ସରକାରଙ୍କ ବିନା ପତ୍ର ହଲିବ ନାହିଁ । ସିନେଟ ଵ୍ୟଵସ୍ଥା ଉଠିଯିବ । ସିଣ୍ଡିକେଟ ବ୍ୟବସ୍ଥାରେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ରହିବେ , ତେଣୁ ବିଲ୍ ପାରିତ ବେଳେ ଡିଭିଜନ ହେଉ ବୋଲି ନରସିଂହ ମିଶ୍ର ଦାବି କରିଥିଲେ ।

ଅନ୍ୟପକ୍ଷରେ ବିଜେପି ମଧ୍ୟ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ  ବିରୋଧ କରିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିଶ୍ବବିଦ୍ୟାଳୟର ସ୍ଵତନ୍ତ୍ରତା ନଷ୍ଟ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରି ବିଶ୍ବବିଦ୍ୟାଳୟକୁ ସରକାର ନିଜ ଅଧୀନରେ ରଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ସେହିପରି ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇ ବିଲକୁ ବିରୋଧ କରିଥିଲେ । ଏହାବ୍ୟତୀତ ବିରୋଧୀଦଳ ନେତା ଶ୍ରୀ ନାୟକ କରୋନା କାଳରେ ମାସ୍କ କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିବା ଅଭିଯୋଗ କରିଛନ୍ତି । ଏଥିରେ ଯାବତୀୟ ଅନିୟମିତତା ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି

Khansweb Solution Bhubaneswar

Leave A Reply

Your email address will not be published.