banner
Breaking

ବନ୍ଦେ ଉତ୍କଳ ଜନନୀ କୁ ନେଇ ବିଧାନସଭାରେ ହଟଗୋଳ।

0

ଭୁବନେଶ୍ୱର, ୧୨।୩(ଓଡ଼ିଆ ନ୍ୟୁଜ): ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନକୁ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇ ନ ଥିବାରୁ ବିଭିନ୍ନ ସଭା ସମିତିରେ ମନଇଚ୍ଛା ଗାନ କରାଯାଉଛି। ଏଥିପାଇଁ କୌଣସି କଟକଣା ନାହିଁ। ଏହାର ପଂକ୍ତିକୁ ଶ୍ଲୋକ କରି ଗାଇବା ଉପରେ ସଦସ୍ୟମାନେ ଗୁରୁତ୍ୱ ଦେଇଛନ୍ତି। ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ଲାଗି ବହୁ ଆଗରୁ ସୁପାରିସ କରାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ସଂଗୀତକୁ ୫୦ ସେକେଣ୍ଡ ମଧ୍ୟରେ ସୀମିତ ରଖିବା ସହ ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ଲାଗି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ବିଧାନସଭାରେ ଦାବି କରିଛନ୍ତି।
ବିଜେଡି ସଭ୍ୟ ଅମର ଶତପଥୀ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ, ବିଧାନସଭା ଓ ବିଭିନ୍ନ ସଭା ସମିତିରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ଭାବେ ଗାନ କରାଯାଉଛି। ଏହାକୁ ଆମେ ସମସ୍ତେ ଛିଡାହୋଇ ସମ୍ମାନ ଦେଉଛୁ। ତଥାପି ଏହି ସଂଗୀତକୁ ଜାତୀୟ ସଂଗୀତ ଭଳି ରାଜ୍ୟ ସଂଗୀତର ମାନ୍ୟତା ମିଳିଲା ନାହିଁ। ଏ ସମ୍ପର୍କିତ ସୁପାରିସ ନାଲି ଫିତା ତଳେ ରହିଯାଇଛି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ଏବଂ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ୫୦ ସେକେଣ୍ଡ ମଧ୍ୟରେ ସୀମିତ କରିବା ସହିତ ରାଜ୍ୟ ସଂଗୀତର ମାନ୍ୟତା ଦେବାକୁ ଦାବି କରିଛନ୍ତି। ଏ ନେଇ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ବାଚସ୍ପତି କହିଥିଲେ ଯେ, ବନ୍ଦେ ଉତ୍କଳ ଜନନୀ ସଂଗୀତ ଉପରେ ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କୁ ଡାକି ଏକ ବିଧାନସଭା କମିଟି ଗଠନକରି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.