banner
Breaking

ଶୀତକାଳୀନ ବିଧାନସଭାରେ ରହିବ ୨୬ ଟି କାର୍ଯ୍ୟ ଦିବସ

୨୩ ରେ ମନ୍ତ୍ରୀ ପରିଷଦ ବୈଠକ

0

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିବ। ଅଧିବେଶନର ପ୍ରଥମ ଦିନ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଣିବେ। ବିଧାନସଭାର ଶୀତଅଧିବେଶନରେ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍‌କୁ ପୂର୍ବରୁ ଏହାକୁ ପ୍ରଥମେ କ୍ୟାବିନେଟ୍‌ରେ ଅନୁମୋଦନ ଦିଆଯିବ। ପରେ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିବା ସହ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରାଯିବ। ଆସନ୍ତା ୨୩ ତାରିଖ ଅପରାହ୍ନରେ ପ୍ରଥମେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଏହାପରେ ଅପରାହ୍ନ ୫ଟା ୪୫ ମିନିଟ୍‌ ସମୟରେ ମନ୍ତ୍ରୀ ପରିଷଦ ବସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି

Khansweb Solution Bhubaneswar

Leave A Reply

Your email address will not be published.