banner
Breaking

ହସରେ କମ୍ପିଲା ବିଧାନସଭା ପ୍ରଥମ ଅଧିବେଶନ।

0

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନେଇ ବୁଧବାର ବିଧାନସଭାରେ ଏକ ହସର ପସରା ଖୋଲିଥିଲା। ସବୁ ବିଧାୟକ ଏକାସାଙ୍ଗରେ ହସି ଉଠିଥିଲେ।

ଷୋଡଶ ବିଧାନସଭା ଦ୍ୱିତୀୟ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି।ପ୍ରଥମ ଦିବସ ଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ବେଶ ଉତ୍ସାହିତ ଏବଂ ଫ୍ରେଶ୍‌ ଜଣାପଡ଼ୁଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସଦସ୍ୟମାନେ ନିଜ ସିଟ୍‌ରେ ବସି ପରସ୍ପର ଆଲୋଚନାରେ ମାତିଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ଗୃହକୁ ପ୍ରବେଶ କରିବା ମାତ୍ରେ ଆଉ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ସେ ତାଙ୍କ ଢ଼ଙ୍ଗରେ ଶାସକ ଦଳର ସଦସ୍ୟ ଏବଂ ମନ୍ତ୍ରୀମାନଙ୍କୁ ନମସ୍କାର କରିବା ସହ ବ୍ୟଙ୍ଗ କରିଥିଲେ। ଶାସକଦଳ ସଦସ୍ୟଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଆପଣମାନେ ଖୁସି ତ। ମୁଁ ବି ବହୁତ ଖୁସି। ଏଭଳି ଢ଼ଙ୍ଗରେ କହୁଥିବା ବେଳେ ୧୧.୫୯ରେ ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରବେଶ କରିଥିଲେ। ମୁଖ୍ୟମନ୍ତ୍ରୀ ସଦସ୍ୟମାନଙ୍କୁ ନମସ୍କାର କରଥିବା ବେଳେ ତାରା ତାଙ୍କୁ ଲକ୍ଷ୍ୟ କରି କହିଲେ, ସାର୍‌। ଆପଣ ଖୁସି ତ। ମୁଖ୍ୟମନ୍ତ୍ରୀ ସ୍ମିତ ହାସ୍ୟ ଦେଇ କହିଥିଲେ, ମୁଁ ବହୁତ ଖୁସି। ମୁଖ୍ୟମନ୍ତ୍ରୀଙ୍କଠାରୁ ଏଭଳି ପ୍ରତିକ୍ରିୟା ଦେଖି ଶାସକ ଦଳର ସଦସ୍ୟମାନେ ତାଳିମାରି ସ୍ବାଗତ କରିଥିଲେ। ଏହାକୁ ନେଇ ଗୃହରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.