banner
Breaking

ଓଡ଼ିଶାର ରସଗୋଲା। ବିଜୟ ଉତ୍ସବ ପାଳିଲା ଏନ୍ ଓ୍ବାଇ ସି ଏ

0

ଭୁବନେଶ୍ୱର,୩୧/୭(ଓଡ଼ିଆ ନ୍ୟୁଜ) ରସଗୋଲା କାହାର??..ଏମିିତି ଏକ ପ୍ରଶ୍ନ ଯେତେବେଳେ ୨୦୧୫ ମସିହାରେ ସାରା ଓଡିଶାବାସୀଙ୍କ ପାଇଁ ମୁଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ସେତେବେଳେ ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ରସଗୋଲା କଣ ଓଡିଶାର ଉତ୍ପତ୍ତି ନୁହଁ? ଏମିତି ଏକ ବିଷୟ ନେଇ ସରକାରଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ, ସାଧାରଣ ଜନତା ଓ ଅନୁଷ୍ଠାନମାନଙ୍କ ପର୍ଯ୍ୟନ୍ତ ସ୍ୱର ଉଠିଥିଲା ସେତେବେଳେ ଏହି ଲଢେଇରେ ନିଜକୁ ସାମିଲ କରିଥିବା ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ୨୦୧୫ ମସିହାଠାରୁ ପ୍ରତ୍ୟେକ ବର୍ଷ ପବିତ୍ର ନୀଳାଦ୍ରିବିଜେ ଅବସରରେ ରସଗୋଲା ଦିବସ ପାଳନ ସହ ରସଗୋଲା ଓଡିଶାର ବୋଲି ଦାବି ଜଣାଇ ଆସୁଥିଲା । ଦୀର୍ଘ ୪ ବର୍ଷର ଲଢେଇ ପରେ ଭାରତ ସରକାରଙ୍କ ବୌଦ୍ଧିକ ସଂପଦ ପଞ୍ଜିକରଣ ସଂସ୍ଥା ଦ୍ୱାରା ଗତକାଲି ଓଡିଶାର ରସଗୋଲାକୁ ଜି.ଆଇ (ଜିଓଗ୍ରାଫିକାଲ ଇିକେସନ) ମାନ୍ୟତା ପ୍ରଦାନ ଅବସରରେ ବିଜୟ ଉତ୍ସବ ପାଳନ କରିଛି ସଂଘ ।

ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଂଘର ଏକ ସ୍ୱତନ୍ତ୍ର ବୈଠକରେ ଉକ୍ତ ମାନ୍ୟତା ପ୍ରମାଣପତ୍ରକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇବା ସହ ଏଥିପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଅଭିଯାନ ଆରମ୍ଭ କରଥିବା ଡ. ଅନିତା ସାବତ, ଏହା ଚର୍ଚ୍ଚାକୁ ଆଣି ପ୍ରଥମକରି ରସଗୋଲା ଦିବସ ପାଳନର ଜନମତ ସୃଷ୍ଟି କରିଥିବା ଦୈନିକ ସମ୍ବାଦପତ୍ର ସମ୍ବାଦ, କେନ୍ଦ୍ର ଓ ରାଜ୍ୟ ସରକାର, ମାନ୍ୟତା ପ୍ରଦାନକାରୀ ସଂସ୍ଥା, ବ୍ୟବସାୟୀ ସଂଘ ତଥା ଅଭିଯାନରେ ସାମିଲଥିବା ବିଭିନ୍ନ ସଂଗଠନ ଓ ଅନୁଷ୍ଠାନକୁ ହାର୍ଦ୍ଦିକ ଅଭିନନ୍ଦନ ଓ ଧନ୍ୟବାଦ ପ୍ରଦାନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ରସଗୋଲା ବଣ୍ଟନ କରାଯାଇଥିଲା । ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ) ଏହା ଓଡିଶାର ବିଜୟ ତଥା ଗର୍ବ ବୋଲି ଅବିହିତ କରିବା ସହ ସୁସ୍ୱାଦୁ ରସଗୋଲା ପ୍ରସ୍ତୁତ କରି ଦେଶବାସୀଙ୍କ ଆସ୍ଥାଭାଜନ ହେବାପାଇଁ ବ୍ୟବସାୟୀ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭ୍ୟ ସର୍ବଶ୍ରୀ କୁମର ବାରିକ, ଗଦାଧର ପ୍ରସାଦ ରଥ, ପ୍ରକାଶ ଚନ୍ଦ୍ର ସାହୁ, ଅର୍ଜୁନ ଦେହୁରୀ, ବଟକୃଷ୍ଣ ପଣ୍ଡା, ଶିଶିର ମହାରଣା, ଆଲୋକ ପରିଡା, ଗୋବିନ୍ଦ ବିଶ୍ୱାଳ, ବାଲକୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ବିଜୟ ଉତ୍ସବରେ ସାମିଲ ହୋଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.