banner
Breaking

ଉତ୍ତର ବିଧାୟକ ନିଜ ଦରମା ଦେଇଦେଲେ ମୃତକଙ୍କ ପରିବାରକୁ

0

ଭୁବନେଶ୍ବର ,( ଓଡ଼ିଆ ନ୍ୟୁଜ) : ଗତକାଲି ସନ୍ଧ୍ୟାରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁପରେ ଶୋକସନ୍ତପ୍ତ ପରିବାର ପାଖରେ ପହଞ୍ଚିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ମନ୍ତ୍ରୀ ଅଶୋକ ପଣ୍ଡା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତ ମହିଳା ଟି. ଆକାମ୍ମାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହ ବିଧାୟକ ଶ୍ରୀ ରାଉତ ତାଙ୍କ ପ୍ରଥମ ମାସର ଦରମା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି
ଗତକାଲି ସନ୍ଧ୍ୟାରେ ମୌସୁମୀ ବର୍ଷାରେ ଏକାମ୍ର ଭିଲ୍ଲା ନିକଟସ୍ଥ ଆଦିବାସୀ ବସ୍ତିରେ ରହୁଥିବା ଆକାମ୍ମା ତାଙ୍କ ଘର ସମ୍ମୁଖ ଡ୍ରେନ୍ରରେ ପଡ଼ିଯାଇ ଭାସିଯାଇଥିଲେ । ତାଙ୍କ ମୃତଦେହକୁ ଭିଆଇପି କଲୋନୀ ନିକଟରେ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ସ୍ଥାନୀୟ ଲୋକେ ଗତକାଲି ରାତିରେ ଭିଆଇପି କଲୋନୀ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ବିଧାୟକ ଶ୍ରୀ ରାଉତ ଆକାମ୍ମାଙ୍କ ପରିବାର ନିକଟରେ ପହଞ୍ଚି ଶାନ୍ତ୍ୱନା ଦେବା ସହ କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ । ସେମାନଙ୍କ ସହ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ ଓ ପୂର୍ବତନ କର୍ପୋରେଟର ଅମରେଶ ଜେନା,ସଞ୍ଜୟ ସେଠୀ,ପ୍ରେମାନନ୍ଦ ଜେନାମଧ୍ୟ ଅକାମ୍ମାଙ୍କ ପରିବାରକୁ ଭେଟି ସହଯୋଗର ହାତ ବଢ଼ାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.