banner
Breaking

ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପୁଣି ଚର୍ଚ୍ଚାରେ

0

ଭୁବନେଶ୍ୱର,୨୭/୮(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନିଜ ବଦାନ୍ୟତା ପାଇଁ ପୁଣି ଚର୍ଚ୍ଚାରେ । ପଟିଆ ରାଜା ମଧୂସୁଦନ ଦେବ ମହାବିଦ୍ୟାଳୟ ର +୨ ର ଛାତ୍ରୀ ସସ୍ମିତା ଜେନା ଯୁକ୍ତ ଦୁଇ ପରୀକ୍ଷାରେ ସାରା ଓଡ଼ିଶାରେ ଷଷ୍ଠ ସ୍ଥାନ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମହାବିଦ୍ୟାଳୟ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ସସ୍ମିତା ଜେନାଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ଦରମାରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତାଙ୍କର ଏଭଳି ସାହାଯ୍ୟ ମନବୃତି ପାଇଁ କଲେଜ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ପ୍ରକାଶ ଥାଉକି ଗତ ମାସରେ ସାଲିଆସାହି ଅଞ୍ଚଳରେ ଜଣେ ବୃଦ୍ଧା ଡ୍ରନରେ ପଡିଯାଇ ମୃତ୍ୟୁ ବରଣ କରିଥିଲେ। ବିଧାୟକ ସେଠାରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ପ୍ରଦାନ କରି ଚର୍ଚ୍ଚାରେ ରହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.