banner
Breaking

5ଟି ଓ ଯୋଜନା କମିଟି ଉପରେ ପ୍ରଶ୍ନ ଉଠିଲା ବିଧାନସଭାରେ

0

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ): ବିଧାନସଭାରେ ଗୁରୁବାର ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ଯେ ଖୁବ୍‌ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେଡି ସଭ୍ୟ ଭୂପିନ୍ଦର ସିଂହ ମୂଳପ୍ରଶ୍ନରେ କହିଥିଲେ ଯେ, ଜିଲାଗୁଡ଼ିକର ଯୋଜନା କେଉଁ ସଂସ୍ଥା ଦ୍ୱାରା କରାଯାଉଛି। ଅନୁନ୍ନତ ଜିଲାରେ ଏହାର କି ସୁଫଳ ମିଳିଛି। ଏ ଦିଗରେ ତଦାରଖ କରିବା ପାଇଁ ବ୍ୟବସ୍ଥା କରିବେ କି? ମନ୍ତ୍ରୀ କହିଥିଲେ, ଜିଲାଗୁଡ଼ିକର ବାର୍ଷିକ ଚିଠା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଜିଲା ଯୋଜନା କମିଟି ଦ୍ୱାରା ସେଗୁଡ଼ିକୁ ଅନୁମୋଦନ କରାଯାଇଥାଏ। ଏହି ଯୋଜନାରେ ବିଭିନ୍ନ ବିଭାଗର ରାଜ୍ୟ, କେନ୍ଦ୍ରୀୟ ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାର ଜିଲାସ୍ତରୀୟ ଯୋଜନାଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଥାଏ। ଏଥିସହିତ ବିଭିନ୍ନ ଯୋଜନାରୁ ଅନୁସୂଚିତ ଜାତି ସ୍ବତନ୍ତ୍ର ଯୋଜନା ଓ ଆଦିବାସୀ ଉପଯୋଜନା ପାଇଁ ପାଣ୍ଠିର ବ୍ୟବସ୍ଥା କରାଯାଇଥାଏ। ଜିଲାସ୍ତରୀୟ ଯୋଜନାଗୁଡିକ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ ଓ ତଦାରଖ କରାଯାଉଛି। ବିଜେଡି ସଭ୍ୟ ପ୍ରଦୀପ ମହାରଥୀ, ଅମର ଶତପଥୀ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ଭାଜପା ସଭ୍ୟ ଭାସ୍କର ମଢ଼େଇ ଅତିରିକ୍ତ ପ୍ରଶ୍ନରେ ରାଜ୍ୟରେ ଯୋଜନା ବୋର୍ଡ କେତେଥର ବସିଛି। ଯୋଜନା ବୋର୍ଡର ସମୀକ୍ଷା ବୈଠକରେ ନିଆଯାଉଥିବା ନିଷ୍ପତ୍ତି କେତେଥର କାର୍ଯ୍ୟକାରୀ ହୋଇଛି, ଜିଲା ଯୋଜନା ବୋର୍ଡ ଭାଙ୍ଗିଯାଇଛି, ଏହାର ପୁନର୍ଗଠନ କରିବେ କି? ଏଥିସହିତ ଏମ୍‌ଏଲ୍‌ଏ ଲ୍ୟାଡ୍‌ ୫ କୋଟି ଏବଂ ସ୍ପେଶାଲ ପ୍ରୋବ୍ଲେମ୍‌ ଫଣ୍ଡ ୨ କୋଟିକୁ ବୃଦ୍ଧି କରିବେ କି ବୋଲି ପଚାରିଥିଲେ। ବ୍ଲକ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୫ ଟିକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା ହେଲାଣି କି? ଉଠା ଜଳସେଚନ ଓ ବଡ଼ ବଡ଼ ପ୍ରକଳ୍ପ କରି ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବା, ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କାର୍ଯ୍ୟକ୍ରମ କରିବା ଆଦି ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀ କହିଥିଲେ, ନିର୍ବାଚନ ସରିଛି। ଜିଲା ଯୋଜନା କମିଟି ଗଠନ ହେବ। ଏମ୍‌ଏଲ୍‌ଏ ଲ୍ୟାଡ୍‌ ବୃଦ୍ଧି ପାଇଁ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ। ୫ ଟି ଯୋଜନା ଓ ସଂଯୋଜନା ବିଭାଗରେ ହେଉ ନାହିଁ, ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ସଚିବ ନିଯୁକ୍ତି ଦେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.