banner
Breaking

ବିଦ୍ୟାଞ୍ଜଳିର ଲିଟିଲ ଆଇଡଲ୍ ସିଜିନ-୧ । ଓଡିଶାରେ ଶିଶୁ ଓ ଯୁବ ପ୍ରତିଭାଙ୍କୁ ଖୋଜି ସମ୍ମାନିତ କରାଯିବ।

0

ଭୁବନେଶ୍ୱର,୧୬/୭(ଓଡ଼ିଆ ନ୍ୟୁଜ) ଓଡିଶାରେ ଶିଶୁ ଓ ଯୁବ ପ୍ରତିଭାଙ୍କୁ ଖୋଜି ଗୋଟିଏ ମଞ୍ଚରେ ଏକାଠି କରିବାର ଅଭିନବ ପ୍ରୟାସ କରିଛି ବିଦ୍ୟାଞ୍ଜଳି। ନାଚ,ଗୀତ ଓ କଳା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିଶୁ ଓ ଯୁବ କଳାକାରଙ୍କୁ ଲିଟିଲ ଆଇଡଲ ସିଜିନ-୧ ମାଧ୍ୟମରେ ସୁଯୋଗ ଦେବ । ଓଡ଼ିଶାର ଅଗ୍ରଣୀ ଶିକ୍ଷାଭିତ୍ତିକ ଓ ସାସ୍କୃତିକ ଅନୁଷ୍ଠାନ ବିଦ୍ୟାଞ୍ଜଳି ପକ୍ଷରୁ ୫ ବର୍ଷରୁ ୧୬ ବର୍ଷର ପର୍ଯ୍ୟନ୍ତ ପିଲାମାନଙ୍କର ଅଡିସନ୍ ଆସନ୍ତା ୨୧ ତାରିଖ ଦିନ ପଟିଆ ଛକରେ ଥିବା ବିଦ୍ୟାଞ୍ଜଳି ପରିସରରେ ଅନୁଷ୍ଠିତ ହେବ। ଏଥିରେ ଯୋଗ୍ୟ ବିବେଚିତ ପ୍ରତିଭା ମାନଙ୍କୁ ୨୮ ତାରିଖ ଦିନ ପଟିଆ ସ୍ଥିତ ଷ୍ଟାଇଲା ଗାଡେନ୍ ଠାରେ ଗ୍ରାଣ୍ଡ ଫାଇନାଲ ଉତ୍ସବରେ ବଲିଉଡ ତାରକା ତ୍ରିସ୍ନା ମୁଖାର୍ଜୀଙ୍କ ଦ୍ବାରା ପୁରସ୍କୃତ କରାଯିବ। ଏଥିପାଇଁ ନାମ ପଞ୍ଜୀକରଣ ପ୍ରକ୍ରିୟା ଚାଲୁରହିଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଞ୍ଜଳିର ନିର୍ଦ୍ଦେଶିକା ଏସ୍ ଚାଟାର୍ଜୀ ଓ ଅମିତ୍ ଚାଟାର୍ଜୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.