banner
Breaking

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବସ୍ତି ପିଲା। ଆସ ଶିଖିବା ଓ ଶିଖାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ

0

ଭୁବନେଶ୍ୱର,୯/୯(ଓଡ଼ିଆ ନ୍ୟୁଜ) ସମାଜରେ ସବୁବେଳେ ଅବହେଳିତ ହୋଇ ଆସୁଛନ୍ତି ବସ୍ତିର ପିଲାମାନେ। ଆର୍ଥିକ ଅନାଟନ ଭିତରେ ବାପା ମା ପେସି ହୋଇ ନା ପଢାଇ ପାରୁଛନ୍ତି ଭଲ ସ୍କୁଲରେ ନା ଶିଖାଇ ପାରୁଛନ୍ତି ବିଭିନ୍ନ ଦକ୍ଷତା ଶିକ୍ଷା। ପ୍ରତିଭା ଥାଇ ମଧ୍ୟ ଉପଯୁକ୍ତ ଶିକ୍ଷା ଅଭାବରୁ ବିକାଶ ହୋଇ ପାରୁନାହିଁ ପିଲାଙ୍କର। ଏଭଳି ପିଲା ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ନେଇଛନ୍ତି ନିଆରା ପଦକ୍ଷେପ। ରାଜଧାନୀର ବିଭିନ୍ନ ବସ୍ତି ଅଂଚଳରେ ରହୁଥିବା ଛୋଟ ପିଲାମାନଙ୍କୁ ସ୍ବେଛାସେବୀ ମାନଙ୍କ ସହାୟତାରେ ଶିକ୍ଷା ଦେବାର ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରୀତିନନ୍ଦା ରାଉତରାୟ l
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଜୋଗର୍ସ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରୀତିନନ୍ଦା ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା , ଆଇନଜୀବୀ ସମରେନ୍ଦ୍ର ସାହୁ , ଯୋଗ ଗୁରୁ ଅକ୍ଷୟ ସ୍ବାଇଁ ପ୍ରମୁଖ ଯୋଗଦାନ କରି ବସ୍ତିରେ ରହୁଥିବା ପିଲାମାନଙ୍କୁ ଯୋଗ, ନାଚ, ଗୀତ, ଚିତ୍ରାଙ୍କନ, କାହାଣୀକୁହା ପରି ଜୀବନଶୈଳୀ କଳାପ୍ରତି ଆକୃଷ୍ଟ କରି ଉଚିତ ଆଦର୍ଶ ମାର୍ଗକୁ ବାଟ କଢ଼ାଇନେଲେ, ଭବିଷ୍ୟତରେ ଅବାଟକୁ ଯିବାର ସମ୍ଭାବନାକୁ ଅନେକ ପରିମାଣରେ ଅଟକାଇ ଦେଇହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏବଂ ପ୍ରତିନନ୍ଦା ଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିବାସହ ବ୍ୟକ୍ତିଗତ ସ୍ତରରେ ସହଯୋଗ ଓ ସମୟ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ।

ବିଭିନ୍ନ କଳାକାର ଓ ବିଶାରଦ ବିନା ପାରିଶ୍ରମିକରେ ସମୟ ଦେଇ ଏପରି ପିଲାମାନଙ୍କ ପାଇଁ ବିଭିନ୍ନ ବସ୍ତିରେ କାମ ଆରମ୍ଭ କରିବେ l ସମୟାନୁକ୍ରମେ ସଫଳତାକୁ ଆଧାର କରି, ଅଧିକ ବସ୍ତି ଅଂଚଳରେ ଇଛୁକ ଥିବା ଗୋଷ୍ଠୀ ଗୁଡିକୁ ସ୍ବେଛାସେବୀ ମାନଙ୍କ ସହାୟତାରେ ଏ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବ ବୋଲି ପ୍ରୀତିନନ୍ଦା କହିଛନ୍ତି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ମୁରବୀ , ସମାଜସେବୀ, ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବସ୍ତିବାସିନ୍ଦା ମାନେ ଯୋଗଦେଇଥିଲେ। ଭାରତୀୟ ଯୋଗସସ୍ଥାନ ପକ୍ଷରୁ ପିଲାମାନଙ୍କୁ ଯୋଗ ଶିଖା ଯାଇଥିଲା ଓ ସା°ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.