banner
Breaking

ଡ ଅଚ୍ୟୁଚ ସାମନ୍ତଙ୍କୁ ଦଧୀଚି ସମ୍ମାନ।

0

ଭୁବନେଶ୍ୱର,୪ା୯(ବ୍ୟୁରୋ):ଦଧୀଚି ଏଜୁକେଶନାଲ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ୨ୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯ ଅନୁଷ୍ଠିତ ହୋଇଯାଇଛି। ହ୍ବାଇଟ୍‌ କାନ୍‌ଭାସ୍‌ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ଓଡ଼ିଶାର ୧୦ ପ୍ରତିଭାଙ୍କୁ ଦଧୀଚି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଜଣେ କୃତୀ ବିଦ୍ୟାର୍ଥୀକୁ ସମ୍ବର୍ଦ୍ଧିତ କରାଯାଇଥିଲା।
କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୨୦୧୯ ମସିହା ଲାଗି ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସମାଜକୁ ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନ, ପଦ୍ମଶ୍ରୀ ଦୈତାରି ନାୟକଙ୍କୁ ଦଧୀଚି ସେବା ଜ୍ୟୋତି ସମ୍ମାନ, ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଦଧୀଚି କୃଷି ଜ୍ୟୋତି ସମ୍ମାନ, ରୁଚିର ପ୍ରତିଷ୍ଠାତା ତଥା ଶିଳ୍ପପତି ଡ. ଶରତ କୁମାର ସାହୁଙ୍କୁ ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ, ଆଇଟିଆରର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସଙ୍କୁ ଦଧୀଚି ବିଜ୍ଞାନ ଜ୍ୟୋତି ସମ୍ମାନ, ଚିକିତ୍ସାବିତ ଡା. ଶୁକଦେବ ନାୟକଙ୍କୁ ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ, ଲେଖକ ତଥା ସଂସ୍କୃତି ଗବେଷକ ଅସିତ୍‌ ମହାନ୍ତିଙ୍କୁ ଦଧୀଚି ସାହିତ୍ୟ ଜ୍ୟୋତି ସମ୍ମାନ, ସାମ୍ବାଦିକ ଦୀପକ କୁମାର ରଥଙ୍କୁ ଦଧୀଚି ସାମ୍ବାଦିକ ସମ୍ମାନ, ସେନା ଅଧିକାରୀ ଭାଗବତ ସାହୁଙ୍କୁ ଦଧୀଚି ସେବା ଜ୍ୟୋତି ସମ୍ମାନ ଏବଂ ଦଧୀଚିର ଫାର୍ମାସୀ ବିଭାଗର ଛାତ୍ର ବିଶ୍ୱବିଜୟୀ ସ୍ବାଇଁଙ୍କୁ ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁଖ୍ୟବକ୍ତା ଭାବେ ଲୋକସେବକ ମଣ୍ଡଳର ସମ୍ପାଦକ ନିରଞ୍ଜନ ରଥ, ସମ୍ମାନିତ ଅତିଥିଭାବେ ବିପିିୟୁଟିର କୁଳପତି ଡ. ଚିତ୍ତରଞ୍ଜନ ତ୍ରିପାଠୀ, ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାଶ ଓ ପୁରୀ ଗୋବର୍ଦ୍ଧନ ମଠ ଆଦିତ୍ୟ ବାହିନୀର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇଥିଲେ। ଦଧୀଚି ଏଜୁକେଶନାଲ ଟ୍ରଷ୍ଟର ଅଧ୍ୟକ୍ଷ ମନୋଜ କୁମାର ଦାଶ ଅଧ୍ୟକ୍ଷ ଓ ଦଧୀଚି ଗ୍ରୁପ୍‌ର ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ବବିତା ଦାଶ ଧନ୍ୟବାଦ ଦେଇଥିଲେ। ଉଲ୍ଲାସ ଚନ୍ଦ୍ର ବେହୁରା ଓ ସେଫାଳି ଉଦ୍‌ଗାତା ଉପସ୍ଥାପନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.