banner
Breaking

ପ୍ରମୁଖ ସାଇବର ସିକ୍ୟୁରିଟି କମ୍ପାନୀ ଥ୍ରେଟସିସ୍ ଉଦଘାଟିତ

0

ଭୁବନେଶ୍ବର,୦୪/୯(ଓଡ଼ିଆ ନ୍ୟୁଜ) ଓଡ଼ିଶାର ପ୍ରମୁଖ ସାଇବର ସିକ୍ୟୁରିଟି ଡେଭଲପ୍ମେଟ୍, ୱେବ୍ ଓ ସଫ୍ଟୱେର ସଲ୍ୟୁସନ କମ୍ପାନୀ ଗ୍ଲୋବାଲ ଟେକ୍ ପ୍ରମୋଟରସର (ଜିଟିପି) ନୂତନ ଶାଖା ଥ୍ରେଟ୍ସିସ୍ ସ୍ଥାନୀୟ ଇନ୍ଫୋସିସ୍ ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟାଳୟକୁ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ କୁମାର ନାଥ ଉଦ୍ଘାଟନ କରି ସାମ୍ପ୍ରତିକ ଅତ୍ୟାଧୁନିକ ସମୟରେ ସାଇବର ସିକ୍ୟୁରିଟିର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସହବନ୍ଧିତ ଅଧିକାରୀମାନେ ଉପସ୍ଥିତ ଥିଲେ । ଥ୍ରେଟ୍ସିସ୍ ବର୍ତମାନ ବିଭିନ୍ନ ସହବନ୍ଧିତ କମ୍ପାନୀ ଆଫ୍ରିକା, ଅଷ୍ଟ୍ରେଲିଆ, ୟୁଏସ ଓ କତାର ପ୍ରମୁଖ କମ୍ପାନୀମାନଙ୍କ ସହ କାର୍ଯ୍ୟ କରି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛି । ସାଇବର ସିକ୍ୟୁରିଟି ମୋବାଇଲ ଆପ୍ଲିକେସନ ସୁରକ୍ଷା ଦିଗରେ ନିଜର ଅଦମ୍ୟ କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ନାଥ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.