banner
Breaking

ଆମ୍ରି ହସ୍ପିଟାଲରେ ଚଢ଼ାଉ। ଅନ୍ୟ ମାନଙ୍କର କୋକୁଆ ଭୟ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି।ପ୍ରାଇଭେଟ୍ ହସ୍ପିଟାଲରେ ମନଇଛା କାରବାରରେ ରୋକ ଲାଗାଇବା ପାଇଁ ଚଢ଼ାଉ ଜାରି ରଖିଛି। ଦୁଇଥର କଳିଙ୍ଗ ହସ୍ପିଟାଲରେ ଚଢ଼ାଉ ହୋଇଥିବା ବେଳେ ଆଜି ଆମ୍ରି ହସ୍ପିଟାଲରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ଚଢ଼ାଉ ଜାରି ରହିଛି। ନିମ୍ନ ମାନର ଔଷଧ ରୋଗୀ ମାନଙ୍କୁ ଦେଇ ଅଧିକ ଅର୍ଥ ନେଉଛନ୍ତି ବୋଲି ଅଭିଯୋଗ ଆସୁଥିଲା। ବିଧାନସଭାରେ ଶାସକଦଳ ଓ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ। ଏନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ନିର୍ଦ୍ଦେଶକା ମାମିନା ପଟ୍ଟନାୟକଙ୍କ କହିଛନ୍ତି ଲୋକମାନଙ୍କ ସୁବିଧା ଅସୁବିଧା ପାଇଁ ଆମେ କାମ କରଛୁ। ଖିଲାପକାରିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ଚଢ଼ାଉ କୁ ଆହୁରି ବ୍ୟାପକ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.