ଲେଡିଜ୍ ହଷ୍ଟଲେରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ବର:(ବ୍ୟୁରୋ) ମହିଳା ହଷ୍ଟେଲରୁ ଛାତ୍ରୀଙ୍କୁ ମର ଶରୀର ଉଦ୍ଧାର। ଛାତ୍ରୀଙ୍କ ନାମ ପ୍ରଜ୍ଞାପ୍ରିୟଦର୍ଶିନୀ ସାହୁ ଓ ତାଙ୍କ ଘର ଯାଜପୁର ଜିଲ୍ଲା  ସୁକିନ୍ଦାରେ ବୋଲି ଜଣା ପାଡିଛି।  ମୃତ୍ୟୁର କାରଣ କିଛି  ଜଣା ପଡିନାହିଁ। କିନ୍ତୁ ଛାତ୍ରୀ ଜଣଙ୍କର ଶରୀର ଏକ ଓଢଣୀ ମାଧ୍ୟମରେ ଫ୍ୟାନରେ ଝୁଲିଥିବାର ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି  ତଦନ୍ତ ଚଳାଇଛି।