banner
Breaking

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

0

ଭୁବନେଶ୍ୱର ,(ଓଡ଼ିଆ ନ୍ୟୁଜ) ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦ୍ଘାଟନୀ ଉତ୍ସବରେ ଓଡିଶା ବିଜ୍ଞାନ ଏକାଡେମୀର ପୂର୍ବତନ ସଂପାଦକ ଡ. ରେଖା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜ୍ଞାନକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିଜ୍ଞାନର ଉପକାରିତାକୁ ସାଧାରଣ ଲୋକାଭିମୁଖୀ କରାଇବା ପାଇଁ ଉପସ୍ଥିତ ଶିଶୁ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇ ଥିଲେ । ଉଦ୍ଯାପନୀ ଉତ୍ସବରେ ଭାରତୀୟ ଖଣିଜ ଓ ଧାତବ ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ. ସ୍ୱାତୀ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ବୈଜ୍ଞାନିକମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସଫଳ ବୈଜ୍ଞାନିକ ହୋଇ ବିଜ୍ଞାନ କ୍ଷେତ୍ରରେ ଭାରତବର୍ଷକୁ ଏକ ସର୍ବୋଚ୍ଚ ସ୍ଥାନରେ ପହାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଜ୍ଞାନ ପ୍ରକଳ୍ପ ବ୍ୟତୀତ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଛ, ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ଓ ବିଜ୍ଞାନ ପତ୍ରବାଚନ ଓ ଛାତ୍ର ନିବନ୍ଧ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ଭିନ୍ନଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଭାଗୀମାନଙ୍କୁ ମୁଖ୍ୟ ଅତିଥି ଡ: ମହାନ୍ତି ପୁରସ୍କୃତ କରିଥିଲେ । ବିଜ୍ଞାନ ମେଳାର ସଂଯୋଜକ ଦତ୍ତହରି ସ୍ୱାଇଁ ମେଳାର ବିବରଣୀ ପଠନ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ କେଦାର ନାଥ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରି ବିଜ୍ଞାନ ମେଳାକୁ ସଫଳ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.