banner
Breaking

ଥାନା ବାବୁଙ୍କ ମିଛ ପାଠପଢ଼ା। ନ୍ୟାୟ କେଉଁଠି ମିଳିବ

0

ଭୁବନେଶ୍ବର,୩୧/୭(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ପୋଲିସ ଏତଲାକରୀଙ୍କୁ ପଢାଉଛି ମିଛପାଠ । ଦିନେ ନୁହେଁ ଏମିତି ମିଛପାଠ ଦୀର୍ଘ ଦିନହେବ ଚାଲୁରହିଛି। ପୋଲିସ ବାବୁମାନେ ଭଲ ମିଛ ମାଷ୍ଟର ବନିଗଲେଣି। ଏମିତି ଯଦି ଚାଲୁରହିବ କମିଶନରେଟ ତରଫରୁ ଏମାନଙ୍କୁ ବୋଧେ ଆଓ୍ବାର୍ଡ ମିଳିବ। କିନ୍ତୁ ନ୍ୟାୟ ପାଇଁ ଥାନାକୁ ଯାଉଥିବା ଲୋକଙ୍କ ଭରସା ତୁଟିଯିବ କମିଶନରେଟ ପୋଲିସ ଉପରୁ।ଲୋକଙ୍କ ସହିତ ରହି କାମ କରିବାର ବିଭିନ୍ନ ଯୋଜନା କରୁଥିବା ପୋଲିସ କତେଯେ ଠକନ୍ତି ତାହା ଚନ୍ଦ୍ରଶେଖରପୁର ଥାନାରୁ ଜଣାପଡିଛି। ସୂଚନା ଅନୁସାରେ ଆଜି ନୀଳାଦ୍ରିବିହାର ରେ ରହୁଥିବା ଲିଙ୍ଗରାଜ ସାହୁଙ୍କ ଘରୁ ଦୁଇଟି ମୋବାଇଲ ଚୋରି ଯାଇଥିଲା।ଏନେଇ ସେ ଥାନାକୁ ଏତଲା ଦେବାପାଇଁ ଯାଇଥିଲେ। ଥାନା ବାବୁ ଏତଲା ଦେଖି କହିଲେ ମୋବାଇଲ ହଜି ଯାଇଛି ବୋଲି ଲେଖିଆଣ। ଶ୍ରୀ ସାହୁ କହିଥିଲେ ମୋ ଘରୁ ଚୋର ନେଲା ମୁଁ କେମିତି ମିଛ କଥା ଲେଖିବି। ନ ଲେଖିବ ଯଦି ଘରକୁ ପଳା। ତହାଲେ କେଉଁଠାରେ ଲେଖିବି। ଡମଣା କି ଏଟିଏମ୍ ଛକ ଲେଖ। ପୋଲିସ ବାବୁଙ୍କ କଥାରେ ରାଜିହୋଇ ବାଧ୍ୟ ହୋଇ କାନମୁଣ୍ଡ ଆଉଁସି ମିଛ କଥା ଲେଖିଲେ ।

Khansweb Solution Bhubaneswar

Leave A Reply

Your email address will not be published.