banner
Breaking

୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ କହିଲେ ଗାନ୍ଧୀ ଜୟନ୍ତୀ ଠାରୁ ମିଳିବ ଏହିସବୁ ସୁବିଧା

0

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଥାନା, ଜିଲ୍ଲା ମୁଖ୍ୟାଳୟ ଓ ହସ୍ପିଟାଲରେ ଲାଗୁ ହେବ । ସେହିପରି ମୁଖ୍ୟମନ୍ତ୍ରୀ ନିଜେ ଫୋନ କରି ଲୋକଙ୍କ ସମସ୍ୟା ବୁଝିବେ । ମେଡିକାଲରେ ଲୋକଙ୍କୁ କିପରି ଚିକିତ୍ସା ସୁବିଧା ମିଳିଲା, ଥାନାରେ ଲୋକଙ୍କ ଅଭିଯୋଗକୁ କିପରି ଗୁରୁତ୍ୱ ଦିଆଗଲା, ତାହା ପଚାରି ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗୁରୁବାର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଛନ୍ତି। ଦେଶ ପାଇଁ ସେମାନଙ୍କ ତ୍ୟାଗ, ବଳିଦାନକୁ ମନେ ପକାଇ କହିଛନ୍ତି ସେମାନେ ପରମପୂଜ୍ୟ ତାଙ୍କୁ ଆଜିଠାରୁ ମାନ୍ୟବର ଉପାଧି ପ୍ରଦାନ କରାଯିବ। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଗାନ୍ଧିଙ୍କ ବିଚାରଧାରା ଓ ଆଦର୍ଶର ଆଜି ଅଧିକ ଗୁରୁତ୍ୱ ରହିଛି। ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ୍ କରିବାକୁ ସେ ଦାବି ଜଣାଇଛନ୍ତି।  ଏହା ସାରା ବିଶ୍ୱରେ ଆମ ଗଣତନ୍ତ୍ରକୁ ଗୌରବାନ୍ୱିତ କରିବ । ଆମର ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକେ। ସେମାନଙ୍କୁ  ହକ୍ ଦେବାକୁ ୫ଟି କାର୍ଯ୍ୟକାରୀ କରିଛୁ। ଏହା ପ୍ରଶାସନକୁ  ଅଧିକ ମଜବୁତ କରିବ । 
ଗାନ୍ଧି ଜୟନ୍ତୀରୁ ସମଗ୍ର ରାଜ୍ୟରେ ୫ଟି କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ଥାନା, ଜିଲ୍ଲା ମୁଖ୍ୟାଳୟ ଓ ହସ୍ପିଟାଲରେ ଏହା  ଲାଗୁ କରାଯିବ । ସାଧାରଣ ଲୋକଙ୍କ ମତାମତ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜନସାଧାରଣଙ୍କ ସହଯୋଗ ରହିଲେ ଦେଶ ଆଗେଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଗକୁ ଆପଣଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ଆସିବ।  ଆଉ ଏହାର ସମାଧାନ ଲାଗି ତ୍ୱରିତ ପଦକ୍ଷେପ ନିଆଯିବ । ଏଥିସହିତ  ବିଦ୍ୟୁତ୍ ସେବାରୁ ବଞ୍ଚିତ ଲୋକେ ନିରାଶ ନ ହୋଇ ଏଣିକି ସମସ୍ୟା ସମାଧାନ ଲାଗି ପଞ୍ଚାୟତ ଅଫିସରେ ଆବେଦନ କରିପାରିବେ। ଆବେଦନର ୪୮ ଘଣ୍ଟା ଭିତରେ ସେମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ। ୨୦୨୦ ମାର୍ଚ୍ଚରୁ ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.