banner
Breaking

ଅସୀତ ତ୍ରିପାଠୀ ହେଲେ ମୂଖ୍ୟ ଶାସନ ସଚିବ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ସବୁର ଅନ୍ତ ଘଟିଛି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସୀତ ତ୍ରୀପାଠୀଙ୍କୁ ଶେଷରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । ତାଙ୍କ ସ୍ଥାନରେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସାଶନ ସଚିବ ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆ ଯାଇଛି । ଏଥିସହ ତାଙ୍କୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି । ଶ୍ରୀମନ୍ଦିର ପ୍ରଶାସକ ତଥା ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦିପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରା ଯାଇଛି । ଆସନ୍ତା ୧୯ ତାରିଖରେ ଏହି ନୂତନ ନିଯୁକ୍ତି କାର୍ଯ୍ୟକାରୀ ହେବ କାରଣ ସେହିଦିନ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇ ଆଦିତ୍ୟ ପ୍ରସାଦ ପାଢୀ ସେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ବାବେ ଦାୟିତ୍ୱ ତୁଲାଇବେ । ପୂର୍ତ ସଚିବ କିଷନ କୁମାରଙ୍କୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଯାଇଛି । ଅବସର ପ୍ରାପ୍ତ ଆଇଏଏସ୍ ଅଫିସର ଆର୍ ବାଲକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଅବସ୍ଥାପିତ କରା ଯାଇଛି । ଆସନ୍ତା ୧୯ ତାରିଖରୁ ଏହି ନୂଆ ନିଯୁକ୍ତି ଲାଗୁ ହେବ ।

Khansweb Solution Bhubaneswar

Leave A Reply

Your email address will not be published.